Latest Odisha News

BREAKING NEWS

ଫ୍ଲିପକାର୍ଟ ଭିଡିଓ ରିଅଲିଟି କାର୍ଯକ୍ରମ ‘ଗ୍ରେଟ ଇଣ୍ଡିଆ ଡ୍ୟାନ୍ସ ଅଫ୍ ସୋ’ରେ ଓଡିଆ ଝିଅ ଅରୁନ୍ଧତୀ

ଭୁବନେଶ୍ୱର: ଗ୍ରେଟ ଇଣ୍ଡିଆ ଡ୍ୟାନ୍ସ ଅଫ୍ ସୋରେ ଓଡିଆ ଝିଅ ଅରୁନ୍ଧତୀ ଗଡନାୟକ । ଯେଉଁ ସୋରେ ସେଲେବ୍ରିଟି ଡ୍ୟାନ୍ସରମାନେ ଟ୍ରଫି ଜିତିବା ପାଇଁ ସଂଘର୍ଷ କରିଥାନ୍ତି ସେହିଭଳି ଏକ ପ୍ଲାଟଫର୍ମରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଛନ୍ତି ସେ । ଫ୍ଲିପକାର୍ଟ ଆପ ଭିଡିଓରେ ଏହି ପ୍ରତିଯୋଗିତା ପ୍ରସାରିତ ହେଉଥିବା ବେଳେ ଦର୍ଶକଙ୍କ ଭୋଟ ମାଧ୍ୟମରେ ହିଁ ବିଜେତା ଚୟନ କରାଯିବ ।

ଅରୁନ୍ଧତୀ ଜିଟିଭିରେ ପ୍ରସାରିତ ଡ୍ୟାନ୍ସ ରିଆଲିଟି ସୋ ‘ଡ୍ୟାନ୍ସ ଇଣ୍ଟିଆ ଡ୍ୟାନ୍ସ’ରେ ଭାଗ ନେଇଥିବା ବେଳେ ଏକ ସୋରେ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିଲା । ଫଳରେ ଫାଇନାଲରେ ସେ ପ୍ରଦର୍ଶନ କରିପାରି ନ ଥିଲେ । ଏଥି ପାଇଁ ସେ ଟିକେ ଦୁଃଖିତ ହୋଇପଡିଥିଲେ ସୁଦ୍ଧା ତାଙ୍କ ମନୋବଳ ଭାଙ୍ଗି ନ ଥିଲା । ନିଜ ସ୍ୱପ୍ନ ପୂରଣ କରିବାକୁ ସେ ପୁଣି ମନକୁ ଟାଣ କରିଥିଲେ ।

ମାତ୍ର ୧୧ ବର୍ଷ ବୟସରୁ ନୃତ୍ୟ ଅଭ୍ୟାସ ଆରମ୍ଭ କରିଥିବା ଅରୁନ୍ଧତୀ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । କିନ୍ତୁ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଜରିଆରେ ସେ ବେସ୍ ଲୋକପ୍ରିୟ ହୋଇପାରିଥିଲେ ।

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ରେ ଭାଗ ନେଇ ଆହତ ହେବା ପରେ ତାଙ୍କ ଚିକିତ୍ସା ଚାଲିଥିଲା । ଟିକେ ସୁସ୍ଥ ହେବା ପରେ ଲୋକପ୍ରିୟ କୋରିଓଗ୍ରାଫର ଟେରେନ୍ସ ଲୁଇସ୍ ତାଙ୍କ ଡ୍ୟାନ୍ସ ଏକାଡେମୀରେ ନୃତ୍ୟଶିକ୍ଷା ଏବଂ ନୃତ୍ୟ ପ୍ରଦର୍ଶନ କରିବା ନିମନ୍ତେ ସୁଯୋଗ ପ୍ରଦାନ କରିଥିଲେ । ସେହିଠାରେ ନୃତ୍ୟ ଶିକ୍ଷା କରିବା ବେଳେ ସେ ଇଣ୍ଡିଆ ଡ୍ୟାନ୍ସ ଅଫ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଥିଲେ ।

ଇତି ମଧ୍ୟରେ ଦୁଇଟି ରାଉଣ୍ଡରେ ଜିତି ସାରିଛନ୍ତି । ଅନ୍ୟ ରାଉଣ୍ଡରେ ମଧ୍ୟ ସେ ଜିତିବେ ବୋଲି ଆଶାୟୀ ଅଛନ୍ତି । ସେ ଓଡିଶାର ନାମ ତଥା ରାଜ୍ୟର ଟେକ ରଖିବା ନିମନ୍ତେ ରାଜ୍ୟବାସୀଙ୍କର ସହଯୋଗ ଏବଂ ଭଲ ପାଇବା ଲୋଡିଛନ୍ତି ।ତାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.