Latest Odisha News

BREAKING NEWS

ଟ୍ରେଣ୍ଡିଙ୍ଗ ହେଲା “#RIP #AnuragKashyap…” ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଟ୍ୱିଟରରେ ଟ୍ରେଣ୍ଡିଙ୍ଗ ହେଲା ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ମୃତ୍ୟୁ ନେଇ ଶ୍ରଦ୍ଧାଞ୍ଜଳୀ ର ହ୍ୟାସଟ୍ୟାଗ । କେଆରକେ ବକ୍ସ ଅଫିସ୍ – କମଲ ଆର ଖାନଙ୍କ ମନୋରଞ୍ଜନ ୱେବସାଇଟର ଯାଞ୍ଚ ହୋଇଥିବା ଟ୍ୱିଟର ଆକାଉଣ୍ଟରୁ ଏହି ଟ୍ୱିଟ କରାଯାଇଥିଲା ।

ଅନୁରାଗ କଶ୍ୟପ, ୪୮ ବର୍ଷ ବୟସ୍କ ଚଳଚ୍ଚିତ୍ର ନିର୍ମାତା, ଯିଏ ନିଜର ବ୍ୟଙ୍ଗାତ୍ମକ ପ୍ରତିକ୍ରିୟାରେ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି, ସେ ଏକ ପୋଷ୍ଟକୁ ରିଟ୍ୱିଟ ମଧ୍ୟ କରିଛନ୍ତି । ସେ ଏଥିରେ ଲେଖିଛନ୍ତି: “ଗତକାଲି ୟମରାଜଙ୍କୁ ମୁଁ ଦେଖିଲି। ସେ ନିଜେ ଆଜି ମୋତେ ଘରକୁ ଛାଡି ଦେଇଛନ୍ତି। ସେ କହିଛନ୍ତି, ତୁମକୁ ବର୍ତ୍ତମାନ ଆହୁରି ଅଧିକ ଫିଲ୍ମ କରିବାର ଅଛି ।”  ସେ ଆହୁରି ମଧ୍ୟ ଯୋଡ଼ିଛନ୍ତି, “ଯଦି ତୁମେ କୌଣସି ଚଳଚ୍ଚିତ୍ର ନିର୍ମାଣ କରିବ ନାହିଁ ଏବଂ ମୂର୍ଖ /ଭକ୍ତମାନେ ଏହାକୁ ବଏକଟ କରିବାକୁ ପାଇବେ ନାହିଁ, ତା’ହେଲେ ସେମାନଙ୍କ ଜୀବନ ଅର୍ଥହୀନ ହେବ।” ତେଣୁ ସେମାନଙ୍କ ଜୀବନକୁ ଏକ ଉଦ୍ଦେଶ୍ୟ ଦେବା ପାଇଁ ସେ ମୋତେ ଛାଡି ଚାଲିଗଲେ ବୋଲି କଶ୍ୟପ କହିଛନ୍ତି ।

କେଆରକେ ବକ୍ସ ଅଫିସ୍ ହ୍ୟାଣ୍ଡେଲ ଦ୍ୱାରା ପୋଷ୍ଟ କରାଯାଇଥିବା ଟୁଇଟରେ ଲେଖାଥିଲା: “#RIP #AnuragKashyap! ସେ ପ୍ରକୃତରେ ଜଣେ ମହାନ କାହାଣୀକାର ଥିଲେ! ଆମେ ଆପଣଙ୍କୁ ସର୍ବଦା ମିସ୍ କରିବୁ!”

ପରବର୍ତ୍ତୀ ସମୟରେ ସେହି ସମାନ ହ୍ୟାଣ୍ଡେଲରୁ ପରେ ଏକ ଟୁଇଟ୍ କରାଯାଇଛି ଯେ ଜଣେ କର୍ମଚାରୀ ଅନୁରାଗ କଶ୍ୟପଙ୍କୁ ଅନୁରାଗ କପୁର ବୋଲି ଭାବି ଭୁଲ ବଶତଃ ଏହି କାର୍ଯ୍ୟ କରିଛନ୍ତି ।

ତାରକାଙ୍କ ବିଷୟରେ ଆପତ୍ତିଜନକ ପୋଷ୍ଟ ପାଇଁ କୁଖ୍ୟାତ, ଆତ୍ମ-ନିଯୁକ୍ତ ସମାଲୋଚକ କେଆରକେ ଅତୀତରେ ନିଜ ତ୍ରୁଟିପୂର୍ଣ ଟ୍ୱିଟ ପାଇଁ ବଲିଉଡର ଅନେକ ସେଲିବ୍ରିଟି- ରକୁଲ ପ୍ରୀତ ସିଂ, ଲିସା ହେଡନ୍ ଏବଂ ଅନ୍ୟମାନଙ୍କ ଦ୍ୱାରା ଅପମାନିତ ତଥା ନିନ୍ଦିତ ହୋଇଛନ୍ତି ।

Leave A Reply

Your email address will not be published.