Latest Odisha News

BREAKING NEWS

୬୧ବର୍ଷରେ ଦୂରଦର୍ଶନ

ନୂଆଦିଲ୍ଲୀ: ଆଜି ଦୂରଦର୍ଶନକୁ ପୂରିଛି ୬୧ ବର୍ଷ । ୧୯୫୯ ମସିହା ଆଜିର ଦିନରେ ମନୋରଂଜନ ଓ ଖବରର ନୂଆ ଧାରା ଆରମ୍ଭ ହୋଇଥିଲା । ସେତେବେଳେ ଯଦିଓ ଟିଭିଟିଏ କିଣିବାର ସମ୍ବଳ ଲୋକଙ୍କର ନ ଥିଲା । କିନ୍ତୁ ଏହାକୁ ଦେଖିବା ପାଇଁ ବେଶ୍ ଆଗ୍ରହ ପରିଲକ୍ଷିତ ହେଉଥିଲା । ସାଇ ପଡିଶାରେ କାହା ଘରେ ଟିଭିଟିଏ ଥିଲେ ସମସ୍ତେ ଏକଜୁଟ୍ ହୋଇ ଟିଭି ଦେଖୁଥିଲେ । ଏପରିକି ଆଜିକାଲି ଭଳି ୨୪ ଘଣ୍ଟା ଏହା ଦେଖିବାର ସୁଯୋଗ ବି ନ ଥିଲା ।

ସେତେବେଳର ଲୋକପ୍ରିୟ କାର୍ଯ୍ୟକ୍ରମ ମଧ୍ୟରେ ଥିଲା ରାମାୟଣ, ମହାଭାରତ, ବ୍ୟୋମକେଶ ବକ୍ସି, ହମଲୋଗ୍‌, ମାଲଗୁଡି ଡେଜ୍‌, ମୋଗଲି, ଶକ୍ତିମାନ, କ୍ୟାପଟେନ ବ୍ୟୋମ ଇତ୍ୟାଦି ।

ଲକଡାଉନ ବେଳେ ଅନ୍ୟ ଘରୋଇ ଚ୍ୟାନେଲରେ ସିରିଏଲଗୁଡିକର ନୂଆ ଅଧ୍ୟାୟ ସୁଟିଂ ବନ୍ଦ ହୋଇଥିବାରୁ ଦର୍ଶକ ବୋର୍ ହେଉଥିବା ବେଳେ ଦୂରଦର୍ଶନ ପକ୍ଷରୁ ଏହି ସବୁ କାର୍ଯ୍ୟକ୍ରମର ପୁନଃପ୍ରସାରଣ କରାଯାଇଥିଲା । ଏହାକୁ ଦେଖିବା ପାଇଁ ସବୁ ବଗ୍ରର ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

Leave A Reply

Your email address will not be published.