Latest Odisha News

କ’ଣ ପାମ୍ପଡ ଖାଇକି ସୁସ୍ଥ ହୋଇଛନ୍ତି ସବୁ କରୋନା ରୋଗୀ? କାହିଁକି କହିଲେ ସଞ୍ଜୟ ରାଉତ…

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବଢୁଥିବା କରୋନା ମାମଲାକୁ ନେଇ ଶିବସେନା ସରକାରଙ୍କୁ ଗୁରୁବାର ଦିନ ଘେରିଲେ ସଂସଦର ଅନ୍ୟ ସଦସ୍ୟମାନେ ।

BjdElectrycity

ଏଭଳି ପ୍ରଶ୍ନରେ ଚିହିଁକି ପଡି ସଞ୍ଜୟ ରାଉତ ଓଲଟା ପ୍ରଶ୍ନ କରିଛନ୍ତି ଯେ “ମୁଁ ସମସ୍ତ ସଦସ୍ୟ ମାନଙ୍କୁ ପଚାରିବାକୁ ଚାହୁଁଛି ଯେ ଏତେ ଲୋକ କେମିତି ସୁସ୍ଥ ହୋଇଛନ୍ତି? କ’ଣ ସବୁ ଲୋକ ‘ଭାବିଜିଙ୍କ ପାମ୍ପଡ ଖାଇ ସୁସ୍ଥ ହୋଇଛନ୍ତି”? ସେ ଆହୁରି ମଧ୍ୟ କହିଛନ୍ତି ଯେ “ଏହା ଏକ ରାଜନୈତିକ ଲଢେଇ ନୁହେଁ ବରଂ ଏହା ଲୋକଙ୍କ ଜୀବନକୁ ବଞ୍ଚାଇବାର ଏକ ଲଢେଇ” ।

ଶ୍ରୀ ରାଉତ ଆହୁରି ମଧ୍ୟ କହିଛନ୍ତି ଯେ “ମୋ ମା’ ଓ ମୋ ଭାଇ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ବି ବହୁ ଲୋକ ସୁସ୍ଥ ହୋଇଛନ୍ତି । ଏପରିକି ଧାରାବିରେ ସ୍ଥିତି ନିୟନ୍ତ୍ରଣାଧିନ ରହିଛି । ଏହା ଛଡା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ବିଏମସିର କାର୍ଯ୍ୟକୁ ପ୍ରଶଂସା କରିଛି।

Leave A Reply

Your email address will not be published.