Latest Odisha News

ହସ୍ପିଟାଲରୁ ଡିସଚାର୍ଜ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦିଲ୍ଲୀ ଏମସରୁ ଡିସ୍ ଚାର୍ଜ ହୋଇଛନ୍ତି । ଗତ ରବିବାର ଦ୍ୱିତୀୟ ଥର ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ତାଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ପ୍ରଥମ ଥର ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଅମିତ ଶାହ ଘରକୁ ଫେରିଥିଲେ । ଘରେ ରହିବାର ୧୫ ଦିନ ପରେ ତାଙ୍କୁ ପୁଣି ଥର ଅସୁସ୍ଥ ଅନୁଭବ ହେବାରୁ ଗତ ରବିବାର ଦ୍ୱିତୀୟ ଥର ହସ୍ପିଟାଲରେ ଊର୍ତ୍ତି କରାଯାଇଥିଲା ।

ଗତ ଅଗଷ୍ଟ ୨ ତାରିଖରେ ଅମିତ ଶାହ କୋଭିଡ ପଜିଟିଭ୍ ଥିବା ଜଣାପଡିଥିଲେ । ଏହା ପରେ ତାଙ୍କୁ ଗୁରୁ୍‌ଗାଁଓ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ୧୪ ତାରିଖରେ ଅମିତ ଟ୍ୱିଟ କରି ଲେଖିଥିଲେ ଯେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଆଉ କିଛି ଦିନ ହୋମ ଆଇସୋଲେସନରେ ରହିବେ ।
ଆଜି ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିବା ଆସନ୍ତା ସୋମବାର ସଂସଦରେ ହେବାକୁ ଥିବା ମୌସୁମୀ ଅଧିବେଶନରେ ଯୋଗ ଦେବାର ଆଶା ରହିଛି ।

Leave A Reply

Your email address will not be published.