Latest Odisha News

ଦେଶରେ ୫୨ ଲକ୍ଷ ଟପିଲା କରୋନା ମାମଲା; ୪୧ ଲକ୍ଷ ଡେଇଁଲା ଆରୋଗ୍ୟଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଲାଣି କରୋନା ମହାମାରୀ । ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ, ସୃଷ୍ଟି ହେଉଛି ନୂଆ ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୪ ହଜାର ପାଖାପାଖି ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ବଢୁଛି ଆରୋଗ୍ୟଙ୍କ ସଂଖ୍ୟା ।

ଏହାସହ ଗତ ୨୪ ଘଣ୍ଟାରେ ୯୬,୪୨୪ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ମୋଟ ସଂଖ୍ୟା ୫୨,୧୪,୬୭୮ ରେ ପହଞ୍ଚିଛି। ଅନ୍ୟପଟେ ଗତ ୨୪ ଘଣ୍ଟାରେ ଦେଶରେ ୧୧୭୪ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏହା ସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୮୪ ହଜାର ୩୭୨ ରେ ପହଞ୍ଚିଛି ।

ବର୍ତ୍ତମାନ ସୁଦ୍ଧା ଦେଶରେ ୧୦,୧୭,୭୫୪ ଟି ସକ୍ରିୟ ମାମଲା ରହିଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ୪୧,୧୨,୫୫୨ ଛୁଇଁଛି ।

ଦେଶରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ବିହାର, ଓଡିଶା ଉତ୍ତରପ୍ରଦେଶ ଆଦି ରାଜ୍ୟରେ ସଂକ୍ରମଣ ବଢୁଛି । ସେହିପରି ଟେଷ୍ଟିଂ କ୍ଷମତା ବି ବୃଦ୍ଧି କରାଯାଇଛି ।

Comments are closed.