Latest Odisha News

BREAKING NEWS

କରୋନା ଆରୋଗ୍ୟ ହାରରେ ଓଡ଼ିଶାଠୁ ଆଗରେ ଅଛନ୍ତି ଅନ୍ୟ ପଡୋଶୀ ରାଜ୍ୟ; ରିପୋର୍ଟ

ଭୁବନେଶ୍ୱର: କରୋନା ଆରୋଗ୍ୟ ହାରରେ ଓଡିଶା ଅପେକ୍ଷା ଅନ୍ୟ ପଡୋଶୀ ରାଜ୍ୟ ଗୁଡିକ ଆଗରେ ଅଛନ୍ତି। ଗୁରୁବାର ଦିନ ୩୬୦୭ ଜଣ ରାଜ୍ୟରେ ଆରୋଗ୍ୟ ହେବା ସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୩୩୪୬୬ ରେ ପହଞ୍ଚିଛି । ରିପୋର୍ଟ ଅନୁଯାୟୀ ରାଜ୍ୟରେ କରୋନା ସୁସ୍ଥତା ହାର ୭୯.୪୮ ପ୍ରତିଶତ ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସୁସ୍ଥତା ହାର ତାଲିକାରେ ଆମ ରାଜ୍ୟ ବର୍ତ୍ତମାନ ଦ୍ୱାଦଶ ସ୍ଥାନରେ ରହିଛି।

ପ୍ରଥମ ସ୍ଥାନରେ ରାହିଛି ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଯେଉଁଠି ଆରୋଗ୍ୟ ହାର ରହିଛି ୯୨.୮୪ ପ୍ରତିଶତ, ଦାମନ ଡିୟୁ ରେ ୯୧.୭ ପ୍ରତିଶତ, ବିହାର ରେ ୯୧.୩ ପ୍ରତିଶତ , ତାମିଲନାଡୁ ରେ ୮୯.୨୪ ପ୍ରତିଶତ, ପଶ୍ଚିମବଙ୍ଗରେ ୮୬.୬୧ ପ୍ରତିଶତ, ଦିଲ୍ଲୀ ୮୩.୬୮ ପ୍ରତିଶତ, ଆନ୍ଧ୍ରପ୍ରଦେଶରେ ୮୮.୩୨ ପ୍ରତିଶତ, ଗୁଜୁରାଟରେ ୮୩.୧୩ ପ୍ରତିଶତ, ରାଜସ୍ଥାନରେ ୮୨.୯୮ ପ୍ରତିଶତ, ତେଲେଙ୍ଗାନାରେ ୮୦.୭୨ ପ୍ରତିଶତ, ଏବଂ ଆସାମରେ ୭୯.୭୬ ପ୍ରତିଶତ ରହିଛି। ଭି ରାଜ୍ୟ ଗୁଡିକ ଆରୋଗ୍ୟ ହାରରେ ଓଡିଶାକୁ ପଛରେ ପକାଇ ଉପର ସ୍ଥାନରେ ରହିଛନ୍ତି।

Comments are closed.