Latest Odisha News

ବିଜେପିରେ ଯୋଗ ଦେଲେ ରାଜକିଶୋର ବେହେରା

ଭୁବନେଶ୍ୱର : କଂଗ୍ରେସ ଛାଡିବାର ଗୋଟିଏ ଦିନ ପରେ ବିଜେପିରେ ମିଶିଛନ୍ତି ରାଜକିଶୋର ବେହେରା । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ଦଳରେ ମିଶିଛନ୍ତି ।

ଗତକାଲି ଶ୍ରୀ ବେହେରା କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ । ଏ ନେଇ ସେ ତାଙ୍କ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କୁ ପଠାଇଥିଲେ ।

ଅନୁମାନ କରାଯାଉଛି ତିର୍ତ୍ତୋଲ ଉପନିର୍ବାଚନରେ ସେ ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦିତା କରିପାରନ୍ତି ।

Leave A Reply

Your email address will not be published.