Latest Odisha News

BREAKING NEWS

ଜର୍ମାନୀରେ ପ୍ରଦର୍ଶିତ ହେବ ସବ୍ୟସାଚୀ ମହାପାତ୍ରଙ୍କର ‘ଶଳା ବୁଢା’!

ଭୁବନେଶ୍ୱର: ସେପ୍ଟେମ୍ବର ୨୪ରୁ ୩୦ ତାରିଖ ମଧ୍ୟରେ ଜର୍ମାନୀର ପ୍ରତିଷ୍ଠିତ ଇଣ୍ଡୋ-ଜର୍ମାନ ଚଳଚ୍ଚିତ୍ର ସପ୍ତାହ-୨୦୨୦ରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି ଓଡିଶାର ଫିଲ୍ମମେକର ସବ୍ୟସାଚୀ ମହାପାତ୍ରଙ୍କ ‘ଶଳା ବୁଢା’ ।

ବର୍ଲିନର ଐତିହାସିକ ବେବିଲୋନ୍ ଥିଏଟରରେ ଉଦଘାଟନୀ ଦିନରେ ସାମିଲ ହୋଇ ଏହା ଏକାଧିକ ଥର ସ୍କ୍ରିନିଂ ହେବ ବୋଲି ସୁତ୍ରରୁ ପ୍ରକାଶ ।

ପଶ୍ଚିମ ଓଡିଶାର ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ହୋଇଛି ‘ଶଳା ବୁଢା’ ଚଳଚ୍ଚିତ୍ର ।ତେବେ ନିକଟ ଅତୀତରେ ବିଶ୍ୱସ୍ତରରେ ଫିଲ୍ମର ପ୍ରଚାର ପାଇଁ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଜିତେନ୍ଦ୍ର ମିଶ୍ରଙ୍କ ସହ ହାତ ମିଶାଇଥିଲେ ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର।

ଆହୁରି ମଧ୍ୟ ୪୦ରୁ ଅଧିକ ଭିନ୍ନଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ପୁରସ୍କାରରେ ପୁରସ୍କୃତ ସବ୍ୟସାଚୀ ମହାପାତ୍ର ପ୍ରଭାବଶାଳୀ ଚଳଚ୍ଚିତ୍ର ନିର୍ମାଣ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଜଣାଶୁଣା।

ସେ ଚଳଚ୍ଚିତ୍ର ପାହାଡର ଲୁହ, ଆଦିମ ବିଚାର ପାଇଁ କ୍ରମାଗତ ଦୁଇ ବର୍ଷ ସମ୍ମାନଜନକ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିଲେ।

Leave A Reply

Your email address will not be published.