Latest Odisha News

BREAKING NEWS

ଓଡିଶା ପିଏଲଏଫଆଇର କମାଣ୍ଡର ଝାଡଖଣ୍ଡ ପୋଲିସ ଏନକାଉଣ୍ଟରରେ ନିହତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ପିଏଲଏଫଆଇର ଜଣେ କମାଣ୍ଡର ଗତକାଲି ବିଳମ୍ବିତ ରାତିରେ ଝାଡ଼ଖଣ୍ଡ ଠାରେ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଛି।

ମୃତ କମାଣ୍ଡର ଜଣଙ୍କ ବିଜୟ ଡାଙ୍ଗ ଏବଂ ତା ଘର ସୁନ୍ଦରଗଡ ଜିଲ୍ଲା ରାଏବଗା ଅଞ୍ଚଳର ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଝାଡ଼ଖଣ୍ଡ ରାଜ୍ୟର ସିମ୍ଡେଗା ଜିଲ୍ଲା କୋଲାବିରା ଥାନା ଝାପଲା ଜଙ୍ଗଲରେ ବିଜୟ ଓ ତାର କିଛି ସାଥୀ ଲୁଚି ରହିଥିôବା ନେଇ ପୋଲିସ କୌଣସି ସୁତ୍ରରୁ ସୂଚନା ପାଇ ବିଳମ୍ବିତ ରାତିରେ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରି କମ୍ବିଂ ଅପରେସନ ଆରମ୍ଭ କରିଥିଲା ।

ଏହି ସର୍ଚ୍ଚ ଅପରେସନ ସମୟରେ ପୋଲିସକୁ ଦେଖି ଅତର୍କିତ ଭାବେ ବିଜୟ ଓ ତାର ସାଥୀମାନେ ପୋଲିସ ଉପରକୁ ଅତର୍କିତ ଗୁଳିଚାଳନା କରିଥିଲେ । ଏହାର ପାଲଟା ଜବାବରେ ପିଏଲଏଫଆଇ କମାଣ୍ଡର ବିଜୟ ଓ ତାର ସହଯୋଗୀ ମାନେ ନିହତ ହୋଇଥିଲେ ।

ଓଡିଶା ଓ ଝାଡଖଣ୍ଡ ପୋଲିସର ସୂଚନାଅନୁଯାୟୀ ବିଜୟ ନାମରେ ଉଭୟ ରାଜ୍ୟରେ ବହୁ ଅପରାଧିକ ମାମଲା ରହିଛି । ସେ ସୁନ୍ଦରଗଡ ଜିଲ୍ଲାର ରାଉରକେଲା, ବୀରମିତ୍ରପୁର, ରାଇବଗା ଓ କୁଆଁରମୁଣ୍ଡା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବାରେ ସକ୍ରିୟ ରହିଥିଲା ।

ଅନ୍ୟପକ୍ଷରେ ସେ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ସହ ବ୍ୟବସାୟୀମାନଙ୍କ ଠାରୁ ବଟି ଆଦାୟ କରିଥାଏ ଏବଂ  ନିକଟରେ ସେ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଥିବା ନେଇ ପୋଲିସ ସୁତ୍ରରୁ ଜଣାପଡିଛି ।

Leave A Reply

Your email address will not be published.