ଶାରଜା: ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ । ଭାରତୀୟ ସମୟ ସନ୍ଧ୍ୟା ୭ଟା୩୦ରେ ଆଇପିଏଲର ଉଦଘାଟନୀ ମୁକାବିଲା ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ପ୍ରଶଂସକମାନେ ଦୀର୍ଘ ଦିନ ପରେ ପଡିଆରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଦେଖିବେ । ଭାରତୀୟ କ୍ରିକେଟରେ ଦୁଇ ଭଲ ବ୍ରେନ୍ ଧୋନୀ ଏବଂ ରୋହିତ ଶର୍ମାଙ୍କ ଅଧିନାୟକ ଦକ୍ଷତା ମଧ୍ୟରେ ଏଥିରେ ପରଖା ଯିବ । ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ଗତ ୪ ବର୍ଷ ମଧ୍ୟରେ ଖେଳା ଯାଇଥିବା ସମସ୍ତ ମ୍ୟାଚରେ ମୁମ୍ବାଇ ବାଜି ମାରିଛି । ଉଭୟ ଦଳ ମଧ୍ୟରେ ଓଭରାଲ ୩୦ ମ୍ୟାଚ ଖେଳାଯାଇଛି । ମୁମ୍ବାଇ ୧୮ ଓ ଚେନ୍ନାଇ ୧୨ ମ୍ୟାଚରେ ବିଜୟୀ ହୋଇଛି । ନ୍ୟୁଟ୍ରାଲ ଭେନ୍ୟୁରେ ଉଭୟ ଟିମ୍ ମଧ୍ୟରେ ୧୦ ମ୍ୟାଚ ଖେଳାଯାଇଛି । ଏବଂ ପ୍ରତ୍ୟେକ ୫ଟି ଲେଖାଏଁ ମ୍ୟାଚରେ ଜିତିଛନ୍ତି । ଭାଷ୍ୟକାର ଆକାଶ ଚୋପ୍ରା ମୁମ୍ବାଇ ଏହି ମ୍ୟାଚରେ ଜିତିବ ବୋଲି ଦୃଢ଼ତା ସହକାରେ କହିଛନ୍ତି ।
ଚେନ୍ନାଇ ସୁପର କିଙ୍ଗ୍ସ: ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ), ଅମ୍ବାତି ରାୟୁଡୁ, କେଏମ ଅସିଫ, ଦୀପକ ଚାହର,ଡ୍ୱେନ ବ୍ରାଭୋ, ଫ୍ୟାଫ ଡୁ ପ୍ଲେସି, ଇମ୍ରାନ ତାହିର, ନାରାୟଣ ଜଗଦୀଶନ, କର୍ଣ ଶର୍ମା, କେଦାର ଯାଦବ, ଲୁଂଗି ଏନଗିଡି, ମିଶେଲ ସ୍ୟାଟେଂନର, ମୋନୁ କୁମାର, ମୂରଲୀ ବିଜୟ, ରବୀନ୍ଦ୍ର ଜାଡେଜା, ଋତୁରାଜ ଗାଏକ୍ୱାଡ, ଶେନ ୱାଟସନ, ଶାର୍ଦ୍ଦୁଳ ଠାକୁର, ସ୍ୟାମ କରନ, ପୀୟୂଷ ଚାୱାଲା, ଜେସ ହାଜେଲଉଡ, ସାଇ କିଶୋର ।
ମୁମ୍ବାଇ ଇଣ୍ଡିଆନ୍ସ:ରୋହିତ ଶର୍ମା (ଅଧିନାୟକ), ଦିଗବିଜୟ ଦେଶମୁଖ, କ୍ୱିଟଂନ ଡି କକ୍, ଆଦିତ୍ୟ ତାରେ, ସୌରଭ ତିୱାରୀ, ଯଶପ୍ରୀତ ବୁମରା, ଧବଲ କୁଲକର୍ଣ୍ଣି, ନାଥାନ କୁଲ୍ଟର ନୀଲ, ଟ୍ରେଂଟ ବୋଲ୍ଟ, ଜୟନ୍ତ ଯାଦବ, ସୂର୍ଯ୍ୟକୁମାର ଯାଦବ, କୃଣାଳ ପାଣ୍ଡ୍ୟା, କିରନ ପୋଲାର୍ଡ, ରାହୁଲ ଚାହର, କ୍ରିସ ଲ୍ୟାନ, ହାର୍ଦ୍ଦିକ ପାଣ୍ଡ୍ୟା, ଶେରଫେନ ରଥରଫୋର୍ଡ, ଅନମୋଲପ୍ରୀତ ସିଂ, ମୋହସିନ ଖାଁ, ମିଶେଲ ମ୍ୟାକଲିନଗେନ, ବଲୱନ୍ତ ରାୟ, ଅନୁକୂଳ ରାୟ, ଈଶାନ କିଶାନ ।
BREAKING NEWS
- କେମିତି କରବେ E-Fasting …?
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
- ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ
- ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର
- ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..
- ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
- ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
- ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…
- କଳିଙ୍ଗା ଘାଟିର ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର
Comments are closed.