ଭୁବନେଶ୍ୱର: ବେଲଗାମ ହେଲାଣି କରୋନା । ଦିନକୁ ଦିନ କରୋନା ମିଟର କଂଟା ଉପରମୁହାଁ ହେଉଛି । ରାଜଧାନୀ ଭୁବନେଶ୍ୱରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ । ଆଜି ପୁଣି ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୦୪ ଜଣ ରହିଥିବା ବେଳେ ୨୩୮ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୪୨୧ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
Update on newly detected & cured #COVID19 cases in the last 24 hrs under the BMC area on 19th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/HSnXSxAyxL— BMC (@bmcbbsr) September 19, 2020
ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୮୨୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪୧୩୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୪୦୫୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୬୮ ଜଣଙ୍କର ମୃତ୍ୟୁ ହୋଇଛି ।
Comments are closed.