Latest Odisha News

BREAKING NEWS

ବହୁ ରୋଗରେ ପୀଡ଼ିତ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ମନା

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । କରୋନା ଲକ୍ଷଣ ଦେଖାଦେଲେ କଣ କରିବେ ଓ ଘରେ ରହି ନିଜେ ନିଜେର କିପରି ଚିକିତ୍ସା କରିବେ ସେନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ବହୁରୋଗରେ ପୀଡ଼ିତ ଥିଲେ କରୋନା ପଜିଟିଭ ବ୍ୟକ୍ତି ହୋମ୍ ଆଇସୋଲେସନରେ ରହିପାରିବେ ନାହିଁ । କରୋନାରେ ଆକ୍ରାନ୍ତ ବ୍ୟକ୍ତି ହୋମ୍ ଆଇସୋଲେସନରେ ଥିବା ସମୟରେ ସବୁବେଳେ ମାସ୍କ ଓ ଗ୍ଲୋଭସ ପିନ୍ଧିବାକୁ ହେବ ।

ରାଜ୍ୟ ସ୍ୱ।ସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡ. ଜୟନ୍ତ ପଣ୍ଡା ଆଜି ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି । ସେ କହିଛନ୍ତି, ଆକ୍ରାନ୍ତ ବ୍ୟକ୍ତି ନିଜ ରୁମ ଭିତରୁ ବାହାରକୁ ବାହାରିବା ଅନୁଚିତ । ଘରର ଅନ୍ୟ କୋଠରୀ ଅଥବା ଡାଇନିଂ ଟେବୁଲରେ ନ ବସି, ହୋମ୍ ଆଇସୋଲେସନ ଅବଧି ଶେଷ ହେବା ପର୍ଯ୍ୟନ୍ତ ଏକାନ୍ତରେ ରୁହନ୍ତୁ ।

ହୋମ୍ ଆଇସୋଲେସନରେ ରୋଗୀଙ୍କୁ ଯେଉଁମାନେ ଯତ୍ନ ନେଉଛନ୍ତି, ସେମାନେ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି । ତେଣୁ ରୋଗୀଙ୍କ ପାଖରେ ଯେତିକି କମ ସମୟ ରହିବେ, ସେତିକି ଭଲ । ଆକ୍ରାନ୍ତ ବ୍ୟକ୍ତିଙ୍କ ପାଖକୁ ଶିଶୁ, ବରିଷ୍ଠ ନାଗରିକ ଓ ଗର୍ଭବତୀ ନ ଯାଆନ୍ତୁ । ଅଥବା ପରିବାରର ଜଣେ ମାତ୍ର ଲୋକ ରୋଗୀଙ୍କ କୋଠରୀକୁ ଯିବା ଦରକାର। କିନ୍ତୁ ସେମାନେ ମାସ୍କ ଓ ଗ୍ଲୋଭସ ପିନ୍ଧିବା ଦରକାର ।

କୋଭିଡ ଘରକୁ ଆସିଲେ ପରିବାର ଲୋକଙ୍କର ଚିନ୍ତା ବଢ଼ିଯାଉଛି । ଅନେକ ରୋଗୀଙ୍କ ଠାରେ ସାଧାରଣ ଲକ୍ଷଣ ଦେଖାଯାଉଛି । କିନ୍ତୁ ୯୦ ପ୍ରତିଶତ ରୋଗୀଙ୍କ ଠାରେ ଲକ୍ଷଣ ନାହିଁ । କରୋନା ଆକ୍ରାନ୍ତ ରହିବା ଲାଗି ସ୍ୱତନ୍ତ୍ର କୋଠରୀ, ବ୍ୟକ୍ତିଗତ ଶୌଚାଳୟ ଓ ଯତ୍ନ ନେବାଲାଗି ପରିବାରର ଲୋକ ନିହାତି ଆବଶ୍ୟକ । ଏହା ହେଉଛି ହୋମ ଆଇସୋଲେସନ ନିୟମ ବୋଲି ରାଜ୍ୟ ସ୍ୱ।ସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର କହିଛନ୍ତି।

Leave A Reply

Your email address will not be published.