Latest Odisha News

ଅନୁରାଗ କଶ୍ୟପଙ୍କ ସପୋର୍ଟରେ ତାପସୀ ପନ୍ନୁ; କ’ଣ କହିଲେ ଜାଣନ୍ତୁ…

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ପୁଣି ଥରେ ବିବାଦରେ ଫସିଛନ୍ତି।

ସୂଚନା ଅନୁଯାୟୀ ନିକଟରେ ଅଭିନେତ୍ରୀ ପାୟଲ ଘୋଷ ଅନୁରାଗଙ୍କ ବିରୋଧରେ ଯୋୖନ ନିର୍ଯ୍ୟାତନା ଭଳି ଅଭିଯୋଗ ଆଣିଥିଲେ। ଯାହା ପରେ ଅଭିନେତ୍ରୀ ତାପସୀ ପନ୍ନୁ ଅନୁରାଗ କଶ୍ୟପଙ୍କୁ ସମର୍ଥନ କରି ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି।

ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ‘ତୁମେ, ମୋର ବନ୍ଧୁ, ମୁଁ ଜାଣେ ତୁମେ ସବୁଠୁ ବଡ ଫେମିନିଷ୍ଟ ବୋଲି। ଖୁବ୍ ଶୀଘ୍ର ସେଟ୍ ଉପରେ ଦେଖା ହେବ, ତୁମେ ତୁମର ଆର୍ଟ ମାଧ୍ୟମରେ ମହିଳାମାନଙ୍କୁ ଶକ୍ତିଶାଳୀ ଭାବେ ଚିତ୍ରିତ କରାଇଛ”।

ତାପସୀ ପନ୍ନୁ କେଇ ଘଣ୍ଟା ପୂର୍ବରୁ ସେୟାର କରିଥିବା ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଏହି ଫଟୋରେ ୨ ଲକ୍ଷରୁ ଅଧିକ ଲାଇକ୍ ଆସିଥିବା ବେଳେ ୟୁଜର୍ସ ହଜାରେରୁ ଅଧିକ କମେଣ୍ଟ କରିଥିବା ଦେଖିବାକୁ ମିଳୁଛି।

 

Comments are closed.