Latest Odisha News

BREAKING NEWS

ବାଲେଶ୍ୱର: ସନ୍ଦେହଜନକ ଅବସ୍ଥାରେ ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ସହରାଞ୍ଚଳର ଏକ ଅଟୋ ମଧ୍ୟରୁ ଶନିବାର ସକାଳୁ ଜଣେ ଅଟୋ ଚାଳକଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । ଘଟଣାସ୍ଥଳରୁ ପୋଲିସ ଶବକୁ ଜବତ କରି ଏ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ମୃତ ଅଟୋ ଚାଳକଙ୍କ ନାମ ଜୟନ୍ତ ଦାସ(୩୦) ବୋଲି ଜଣାପଡିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଡ୍ରାଇଭର ଜଣକ ଷ୍ଟେସନ୍ରୁ ଯାତ୍ରୀଙ୍କୁ ନେଇ ଚାନ୍ଦିପୁରସ୍ଥିତ ଡିଆରଡିଓ ଭଡାରେ ଯାଇଥିଲେ।

ଆଜି ସକାଳେ କିଛି ସ୍ଥାନୀୟ ବାସିନ୍ଦା ଅଟୋ ସହ ଡ୍ରାଇଭରଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଅଟୋ ଚାଳକଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି। ଏଥିସହିତ ଏହା ଦୁର୍ଘଟଣା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେ ନେଇ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.