Latest Odisha News

BREAKING NEWS

କରୋନା ମହାମାରୀକୁ ପରାସ୍ତ କଲେ ୯୧ ବର୍ଷୀୟ ବୃଦ୍ଧ

ଭୁବନେଶ୍ୱର: କରୋନା ମହାମାରୀ ସହ ଯୁଦ୍ଧ କରି ପରାସ୍ତ କରିଛନ୍ତି ୯୧ ବର୍ଷୀୟ ଜଣେ ବରିଷ୍ଠ ନାଗରିକ । ଭୁବନେଶ୍ୱର ସ୍ଥିତ ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଧିରେନ୍ଦ୍ର ନାଥ ଦାସ।

ଶରୀରରେ ଅନେକ ସମସ୍ୟା ଥିବା ସତ୍ୱେ ସମ୍ କୋଭିଡ ହସ୍ପିଟାଲ୍‌ରେ ଡାକ୍ତର, ନର୍ସ ଏବଂ ପାରାମେଡିକ୍ସଙ୍କର ସଫଳ ଚିକିତ୍ସା, ସେବା ଓ ଯତ୍ନ ଫଳରେ ଘରକୁ ଫେରିଛନ୍ତି ଶ୍ରୀ ଦାସ ।

ଗତ ସେପ୍ଟେମ୍ବର ୫ ତାରିଖରେ କରୋନା ସଂକ୍ରମିତ ହେବା ପରେ ସେ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ । ପ୍ରାରମ୍ଭିକ ସ୍ତରରେ ଖୁବ୍ ଅସୁସ୍ଥ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଥିଲା । କରୋନା ସହିତ ତାଙ୍କର ଅନ୍ୟାନ୍ୟ ବାର୍ଦ୍ଧକ୍ୟଜନିତ ଶାରୀରିକ ସମସ୍ୟା ରହିଥିଲା । ତେବେ ହସ୍ପିଟାଲ୍‌ର ଡାକ୍ତର, ନର୍ସ ମାନେ ଆପ୍ରାଣ ଉଦ୍ୟମ କରି ତାଙ୍କୁ ସୁସ୍ଥ କରିବାକୁ ଚେଷ୍ଟା କରିଥିଲେ ।

ଡାକ୍ତର ପ୍ରଦୀପ୍ତ କୁମାର ପାତ୍ର, ଡାକ୍ତର ଆଶୀଷ ମଲ୍ଲ, ଡାକ୍ତର ସନ୍ତୋଷ ସିଂ ଏବଂ ଡାକ୍ତର ଅରୁଣ ରଥ ପ୍ରମୁଖ ଏହି ବରିଷ୍ଠ ବ୍ୟକ୍ତିଙ୍କୁ ସୁସ୍ଥ କରିବା ପାଇଁ ଆପ୍ରାଣ ପ୍ରଚେଷ୍ଟା କରିଥିଲେ । ତାଙ୍କର ଦୁଇ ଗୋଡରେ ରଡ ଲାଗିଥିବା ବେଳେ ପରିସ୍ରା କରିବାରେ ସମସ୍ୟା ଉପୁଜୁଥିଲା ଏବଂ ପ୍ରୋଷ୍ଟେଟ୍ ସମସ୍ୟା ମଧ୍ୟ ରହିଥିଲା । କରୋନା ଆକ୍ରାନ୍ତ ହେବା ପରେ ଶ୍ୱାସ କ୍ରିୟାରେ ମଧ୍ୟ ସମସ୍ୟା ଉପୁଜିଥିଲା ।

ଠିକ୍ ଭାବେ ଚାଲିପାରୁ ନଥିବା କିମ୍ବା ହାତରେ ନିଜେ ଖାଇ ପାରୁନଥିବା ଏହି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର ହସ୍ପିଟାଲ୍‌ରେ ଉପଯୁକ୍ତ ଯତ୍ନ ନେଇଥିଲେ ହସ୍ପିଟାଲ୍‌ର ନର୍ସମାନେ । ତାଙ୍କୁ ନିଜ ହାତରେ ଖୁଆଇଦେଇଥିଲେ କାର୍ଯ୍ୟରତ ନର୍ସ । ଉପଯୁକ୍ତ ସେବା ଶୁଶ୍ରୁଷା ଫଳରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରେସ୍ ଇନ୍‌ଫର୍ମେସନ୍ ବ୍ୟୁରୋ ଏବଂ ଆକାଶବାଣୀ କେନ୍ଦ୍ରର ଏହି ଅବସରପ୍ରାପ୍ତ ବରିଷ୍ଠ କାର୍ଯ୍ୟକର୍ତା ।

କରୋନା ସଂକ୍ରମିତ ହେବା ପରେ ହସ୍ପିଟାଲ ଯିବା ପୂର୍ବରୁ ସେ କରୋନାକୁ ପରାସ୍ତ କରି ଘରକୁ ନିଶ୍ଚୟ ଫେରିବେ ବୋଲି କହିଥିଲେ । ତାଙ୍କର ମନୋବଳ ଏବଂ ହସ୍ପିଟାଲ୍‌ର ଡାକ୍ତର ଓ ନର୍ସମାନଙ୍କର ଚିକିତ୍ସା ଏବଂ ସେବା ଯୋଗୁଁ ସେ ଘରକୁ ଫେରିଛନ୍ତି ବୋଲି କହିଛନ୍ତି ତାଙ୍କ ଝିଅ ଶ୍ରୀମତି ଦେବଦତା  ମହାପାତ୍ର ।

ସେହିପରି  ସମ୍ କୋଭିଡ ହସ୍ପିଟାଲ୍‌ରୁ ଚିକିତ୍ସିତ ହେବା ପରେ ଶ୍ରୀ ଧୀରେନ୍ଦ୍ର ଦାସ ମଧ୍ୟ ସମ୍ କୋଭିଡ ହସ୍ପିଟାଲ୍‌ର ଡାକ୍ତର ଓ ନର୍ସମାନଙ୍କର ସେବା କାର୍ଯ୍ୟକୁ ଉଚ୍ଚକୋଟୀର ପ୍ରଶଂସା କରିଛନ୍ତି।

କେବଳ ଶ୍ରୀ ଦାସ ନୁହେଁ ଏହା ପୂର୍ବରୁ ଅନେକ ବୟୋଜ୍ୟେଷ୍ଠ ପୁରୁଷ ଓ ମହିଳା ସମ୍ କୋଭିଡ ହସ୍ପିଟାଲ୍‌ରୁ ଚିକିତ୍ସିତ ହେବା ସହ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା କେବଳ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ପାରାମେଡିକ୍ସଙ୍କର ନିରବଚ୍ଛିନ୍ନ ଚିକିତ୍ସା, ସେବା, ଯତ୍ନ ଏବଂ ଉଦ୍ୟମ ଫଳରେ ସମ୍ଭବ ହୋଇପାରିଛି ।

କୋଭିଡ ମହାମାରୀକୁ ନିୟନ୍ତ୍ରଣ କରିବା ସହ ସଂକ୍ରମିତମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେବା ସହ ସଠିକ୍ କୋଭିଡ ପରିଚାଳନା କରୁଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ୨୨୦୦ରୁ ଊର୍ଦ୍ଧ୍ୱ ସମ୍ କୋଭିଡ ହସ୍ପିଟାଲ୍  ଏବଂ କୋଭିଡ କେୟାର ସେଂଟର ଗୁଡ଼ିକରେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସହଯୋଗର ହାତ ବଢ଼ାଇ ଏହି ମହାମାରୀର ମୁକାବିଲା ନେଇ ନିଷ୍ଠାପର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ଜନହିତକର କାର୍ଯ୍ୟ ଗ୍ରହଣ କରାଯାଉଛି ।

Leave A Reply

Your email address will not be published.