Latest Odisha News

BREAKING NEWS

ମ୍ୟାଟ୍ରିକ ପରବର୍ତ୍ତୀ ‘ଛାତ୍ରବୃତ୍ତି ପାଣ୍ଠି’ କେନ୍ଦ୍ରର କାଟ୍ ପ୍ରତିବାଦରେ ବିଜେଡିର ଧାରଣା

ଭୁବନେଶ୍ୱର : ରାଜ୍ୟରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ପାଣ୍ଠି କେନ୍ଦ୍ର ସରକାର କାଟ୍ କରିବା ପ୍ରତିବାଦରେ ଶନିବାର ଦିନ ବିଜୁ ଜନତା ଦଳ ରାଜଭବନ ସମ୍ମୁଖରେ ୧୨ ଘଣ୍ଟିଆ ପ୍ରତୀକାତ୍ମକ ରିଲେ ଅନଶନରେ ଧାରଣ ଦେଇଛି ।

ଏହି ଧାରଣା ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା, ବିଧାୟିକା ତଥା ଦଳର ଉପ-ସଭାପତି ପ୍ରମିଳା ମଲିକ, ବିଧାୟକ ତଥା ସାଧାରଣ ସଂପାଦକ ପଦ୍ମନାଭ ବେହେରା, ବିଧାୟକ ତଥା ରାୟଗଡ଼ା ଜିଲ୍ଲା ସଭାପତି ଲାଲବିହାରୀ ହିମିରିକାଙ୍କ ନେତୃତ୍ୱରେ ସକାଳ ୯ଟାରୁ ଆରମ୍ଭ ହୋଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ଅର୍ଥ ମନ୍ତ୍ରୀ କହିଛନ୍ତି “୨ଲକ୍ଷରୁ ଅଧିକ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତିର କେନ୍ଦ୍ରୀୟ ଅଂଶର ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ କରି ରାଜ୍ୟ ଉପରେ ଏବେ ଅତିରିକ୍ତ ବୋଝ ଲଦି ଦେଇଛନ୍ତି” । ପୂର୍ବରୁ କେନ୍ଦ୍ର ସରକାର ୯୦% ଛାତ୍ରବୃତ୍ତି ଦେଉଥିବା ବେଳେ ଏବେ ଏହାକୁ ୭୦% କରି ଦେଇଛନ୍ତି ବୋଲି ଅଭିଯୋଗ କରାଯାଇଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଭେମ୍ବର ୧୭ ତାରିଖରେ ଏନେଇ ଏକ ପତ୍ର କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଥୱାର ଚାନ୍ଦ ଗେହଲଟଙ୍କୁ ପଠାଇଥିଲେ । ଏହି ପତ୍ରରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ, କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପାଖାପାଖି ୯୦ ପ୍ରତିଶତ ଅନୁଦାନ ପ୍ରଦାନ କରୁଥିଲେ । ଯେଉଁଥିରେ କି ରାଜ୍ୟ ସରକାରଙ୍କ ବାସ୍ତବିକ ବ୍ୟୟର ୧୦ ପ୍ରତିଶତ ।

୨୦୧୬-୧୭ ଆର୍ଥୀକ ବର୍ଷରେ କେନ୍ଦ୍ର ପକ୍ଷରୁ ୨୧୫.୮୦ କୋଟି ଟଙ୍କା ଦିଆଯାଇଥିବା ବେଳେ ରାଜ୍ୟ ୨୨.୪୮ କୋଟି ଟଙ୍କା ପ୍ରଦାନ ହୋଇଥିଲା ।

ସେହିପରି, ୨୦୧୭-୧୮ ପରଠାରୁ ରାଜ୍ୟ ସରାକାରଙ୍କ ପ୍ରତି କେନ୍ଦ୍ର ସରକାର ମ୍ୟାଟ୍ରିକ ପରବର୍ତ୍ତୀ ବୃତ୍ତି ରାଶିରେ ପରିବର୍ତ୍ତନ କରିଥିଲେ । ସେଥିଲାଗି ରାଜ୍ୟ ସରକାରଙ୍କୁ ମୋଟ ବ୍ୟୟର ଅଧିକ ୮୦ ପ୍ରତିଶତ ଖର୍ଚ୍ଚ ବହନ କରିବାକୁ ପଡୁଛି ।

୨୦୧୭-୧୮ରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ୨୩୮.୨୮ କୋଟି ଦିଆଯିବା ସ୍ଥଳେ ରାଜ୍ୟକୁ ଏ ବାବଦରେ ମିଳିଥିଲା ମାତ୍ର ୩୫.୧୨ କୋଟି । ସେହିପରି ୨୦୧୮-୧୯ ଆର୍ଥୀକ ବର୍ଷରେ ରାଜ୍ୟ ସରକାରଙ୍କୁ ୨୩୮.୨୮ କୋଟି ଟଙ୍କା ବୃତ୍ତି ରାଶି ଦେବା ପରିବର୍ତ୍ତେ କେନ୍ଦ୍ର ଏବାବଦରେ ୪୯.୩୯ କୋଟି ଟଙ୍କା ପ୍ରଦାନ କରୁଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ମନ୍ତ୍ରଣାଳୟ ଦ୍ୱାରା ଅଚାନକ ଏପରି ଆର୍ଥୀକ ଅନୁଦାନରେ ପରିବର୍ତ୍ତନ ଅନୁସୂଚିତ ଜାତି ଓ ଉପଜାତିର ଛାତ୍ରଛାତ୍ରୀ ମାନେ ମାଟ୍ରିକ ପରବର୍ତ୍ତୀ ବୃତ୍ତି ପାଇବାର କାର୍ଯ୍ୟକ୍ରମରେ ବିଶେଷ ବାଧା ପହଞ୍ଚିଛି । ଏନେଇ କେନ୍ଦ୍ରମନ୍ତ୍ରୀ ହସ୍ତକ୍ଷେପ କରିବା ସହିତ ପୂର୍ବ ପରି ୯୦:୧୦ ଅନୁପାତରେ କେନ୍ଦ୍ର ପୁନର୍ବାର ପୂର୍ବ ଅନୁଦାନର ପୁନଃସ୍ଥାପିତ କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ପତ୍ରରେ ଅନୁରୋଧ କରିଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.