Latest Odisha News

BREAKING NEWS

ଲାଞ୍ଚ ନେଲା ବେଳେ ଧରାପଡିଲେ ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର କନିଷ୍ଠ ଯନ୍ତ୍ରୀ

ପାରାଦ୍ବୀପ: ସିବିଆଇ ହାତରେ ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଇଲେକ୍ଟ୍ରିକାଲ୍ ଜେଇ ରାଜୀବ ରଞ୍ଜନ ରେଡ୍ଡୀ। ଜଣେ ଠିକାଦାରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ସିବିଆଇ।ଠିକାଦାର ର ୬ ଜଣ ପିଲାଙ୍କୁ କାମ କରିବା ପାଇଁ ଅନୁମତି ଦେବାକୁ ନେଉଥିଲେ ଲାଞ୍ଚ।

ପାରାଦ୍ବୀପ ରେ ଥିବା କୋଷ୍ଟଗାର୍ଡ ମୁଖ୍ୟାଳୟ ଓ କୋଷ୍ଟର୍ଗାଡ କଲୋନୀର ଇଲେକ୍ଟ୍ରିକାଲ୍ କାର୍ଯ୍ୟ ଦାୟୀତ୍ବରେ ଥିବା ଜେଇ ରାଜୀବ ରଞ୍ଜନ ରେଡ୍ଡୀ ବିଭିନ୍ନ କାର୍ଯ୍ୟରେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇ ଆସୁଥିଲା। ତେବେ ଗତ କିଛିଦିନ ହେଲା ଟେଣ୍ଡର ପାଇଥିବା ପବିତ୍ର ମୋହନ ପରିଡାଙ୍କୁ ବାରମ୍ବାର ହଇରାଣ କରୁଥିଲେ। ଏପରିକି ଠିକାଦାର ଅଧିନରେ କାମ କରିବା ପାଇଁ ୬ ଜଣ ଯୁବକଙ୍କୁ ଅନୁମତି ଦେବା ପାଇଁ ୫୦ ହଜାର ଟଙ୍କା ଦାବି କରିଥିଲେ ମଧ୍ୟ ୩୦ ହଜାର ଦେବାକୁ ଫାଇନାଲ ହୋଇଥିଲା ।

ଏହି ଘଟଣାକୁ ନେଇ ଶ୍ରୀଯୁକ୍ତ ପରିଡା ଭୁବନେଶ୍ବର ସ୍ଥିତ ସିବିଆଇ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ। ଯୋଜନା ମୁତାବକ ବୁଧବାର ଏକ ୧୪ ଜଣିଆ ଟିମ୍ ପାରାଦ୍ବୀପ ରେ ପହଞ୍ଚି କେମିକାଲ ବୋଳା ୩୦ ହଜାର ଟଙ୍କା ଜେଇ ରାଜୀବ ରଞ୍ଜନ ରେଡ୍ଡୀ ଙ୍କୁ ଦେଉଥିବା ବେଳେ ସିବିଆଇ ତାଙ୍କୁ ଧରିଥିଲା।

ପରେ ଜେଇ ଙ୍କ ଅଫିସ ଓ ବାସଗୃହ ରେ ଚଢାଉ କରାଯାଇ ବହୁ ପରିମାଣର କାଗଜପତ୍ର ଜବତ କରାଯାଇଛି। ଏବଂ ତାଙ୍କୁ ଗିରଫ କରି ଭୁବନେଶ୍ବର ନେବା ସହିତ ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ତେବେ ସରକାରୀ କାର୍ଯ୍ୟରେ ଏଭଳି ଲାଞ୍ଚ କାରବାର ଆମ ବ୍ୟବସ୍ଥା ପ୍ରତି ବିପଦ ଓ ସମ୍ପୃକ୍ତ ଜେଇ ମୋର କାର୍ଯ୍ୟ ମୋତେ କରାଇ ଦେଉନଥିଲେ ବୋଲି ଅଭିଯୋଗକାରୀ ପ୍ରକାଶ କରିଥିବା ବେଳେ ସିବିଆଇ କର୍ତୃପକ୍ଷ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Leave A Reply

Your email address will not be published.