Latest Odisha News

BREAKING NEWS

କୃଷି ବିଲ୍‌କୁ ବିରୋଧ ଜାରି, ରେଳ ଧାରଣା ଉପରେ ବସିଲେ ଚାଷୀ

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ କୃଷି ବିଲ୍ ପାସ୍ ହୋଇ ସାରିଥିଲେ ମଧ୍ୟ ଏହାକୁ ନେଇ ଏବେ ଯାଏଁ ଜାରି ରହିଛି ବିରୋଧ । ବିଲ୍ ବିରୋଧ କରି ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପଂଜାବରେ ଆଜି ଚତୁର୍ଥ ଦିନ ପାଇଁ ରେଳରୋକ କରିଛନ୍ତି କୃଷକ । କିଷାନ ମଜଦୁର ସଂଘ କମିଟି ପକ୍ଷରୁ ଅମୃତସର ଠାରେ ରେଳରୋକ କରାଯାଇଛି । ଶତାଧିକ ଚାଷୀ ରେଳରୋକ୍ କରିବା ସହ ଧାରଣାରେ ବସି ରହି ବିରୋଧ ଓ ନାରାବାଜି କରିଛନ୍ତି ।

କୃଷି ବିଲ୍‌କୁ ବିରୋଧ କରି ଲଗାତର ଭାବେ ୪ ଦିନ ହେବ ଚାଷୀଙ୍କ ବିକ୍ଷୋଭ ଦେଖିବାକୁ ମିଳିଛି । ଗତ ୨୫ ତାରିଖରେ ଭାରତ ବନ୍ଦ ଡାକରା ଦେଇଥିଲେ ଚାଷୀ । ଦେଶର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.