ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ତଦନ୍ତକୁ ଜୋରଦାର କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ନିକଟରେ ଡ୍ରଗ୍ସ ଚାଟ୍ ନେଇ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ ଓ ରକୁଲ ପ୍ରୀତ ସିଂହଙ୍କୁ ମାରାଥନ୍ ଜେରା କରିଥିଲା ଏନସିବି । ପଚରାଉଚରା ବେଳେ ସେମାନେ ନିଶା ଦ୍ରବ୍ୟ ସେବନକୁ ଅସ୍ୱୀକାର କରିଛନ୍ତି ।

ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜଣେ ଅଧିକାରୀ କହିଛନ୍ତି ପଚରାଉଚରା ବେଳେ ଚାରି ଅଭିନେତ୍ରୀ କହିଥିଲେ, ସେମାନେ ସିଗାରେଟ୍ ବି ପିଅନ୍ତି ନାହିଁ । ହ୍ୱାଟସ ଆପ୍ ଚାଟିଂ ବେଳେ ହାତ ତିଆରି ସିଗାରେଟ୍ କଥା କହିଥିଲେ । ସେତେବେଳେ ଡୋବ୍ ଶବ୍ଦର ବ୍ୟବହାର କରିଥିବା କହିଛନ୍ତି ଦୀପିକା, ସାରା, ଶ୍ରଦ୍ଧା ଓ ରକୁଲ ।

ସେହିପରି ସୁଶାନ୍ତ ସିଂହ ରାଜପୁତ ଡ୍ରଗ୍ସ ନେଉଥିଲେ କି ନାହିଁ ସେସମ୍ପର୍କରେ ସେମାନେ ଜାଣି ନଥିବା ଏନସିବି ଅଧିକାରୀଙ୍କୁ ଜଣାଇଛନ୍ତି । ଏନସିବି ଦୀପିକା, ସାରା, ଶ୍ରଦ୍ଧା, ରକୁଲ ସମେତ ୬ ଜଣଙ୍କର ମୋବାଇଲ୍ ଫୋନ୍ ଜବତ କରିଥିଲା । ବିଶେଷଜ୍ଞ ଟିମ୍ ସେସବୁର ଅନୁଧ୍ୟାନ କରିବ ପରେ ତଥ୍ୟ ସାମନାକୁ ଆସିବ । ସନ୍ଦେହ ହେଲେ ପୁଣି ଥରେ ସେମାନଙ୍କୁ ଡାକିପାରେ ଏନସିବି ।

ଡ୍ରଗ୍ସ ଲିଙ୍କରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୨୦ ଜଣଙ୍କୁ ବାନ୍ଧିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଧର୍ମା ପ୍ରଡକ୍ସନର ପୂର୍ବତନ କାର୍ୟ୍ୟନିର୍ବାହୀ ପ୍ରଯୋଜକ ତଥା କରନ ଜୋହରଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା କ୍ଷୀତିଜ ପ୍ରସାଦ ରବିକୁ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ଚଳାଇଛି ଏନସିବି ।
BREAKING NEWS
- ଆମେରିକା – କାନାଡ଼ା ବାଣିଜ୍ୟ ଯୁଦ୍ଧ : ୭୦୦ ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ
- ଏଣିକି କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ ବାୟୋମେଟ୍ରିକ୍ ଉପସ୍ଥାନ, କେଉଁ ଅନୁଷ୍ଠାନରେ ଲାଗୁ ହେବ ଦେଖନ୍ତୁ ତାଲିକା
- ମଝି ସମୁଦ୍ରରେ ପଣ୍ୟବାହୀ ଜାହାଜ ବୁଡି ଯିବା ଘଟଣା: ସର୍ଚ୍ଚ ଅପରେସନରେ ସାମିଲ ହେଲା ୨ଟି ଚାଇନା ଜାହାଜ
- ବଲିଉଡରେ ଶୋକର ଛାୟା: ଅଜୟ ଦେବଗନଙ୍କୁ ଷ୍ଟାର୍ ବନାଇଥିବା ନିର୍ଦ୍ଦେଶକ କୁକୁ କୋହଲିଙ୍କ ପରଲୋକ
- ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ଯୋଗ ଦେଲେ ଅନୁଗୁ ଶିବା ମାରୁତି ରେଡ୍ଡୀ
- MMDR ସଂଶୋଧନ ବିଲ୍କୁ ନେଇ ରାଜନୀତି: ଶାସକ-ବିରୋଧୀ ମଧ୍ୟରେ ବାକ୍ ଯୁଦ୍ଧ
- ଯୁଦ୍ଧ ଭିତରେ କାର୍ଟୁନ୍ ଓ ପପକର୍ଣ୍ଣ
- କିମସରେ ହୃତପିଣ୍ଡ ଧମନୀର ସଫଳ ଅସ୍ତ୍ରୋପଚାର: ନୂଆ ଜୀବନ ପାଇଲେ ୨୧ ବର୍ଷୀୟ ଯୁବକ
- ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ: ବଦଳିଲେ ଅନେକ ବରିଷ୍ଠ ଆଇଏଏସ୍ ଅଫିସର
- ଗଲୱାନ ସଂଘର୍ଷ ପରେ ପ୍ରଥମ ଗସ୍ତ: ବ୍ରିକ୍ସ ସମ୍ମିଳନୀ ପାଇଁ ପ୍ରସ୍ତୁତି ଜୋରଦାର, ହେଲେ ବେଜିଂର ନୀରବତାକୁ ନେଇ ସସ୍ପେନ୍ସ

Comments are closed.