ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଓଡିଶା ବିଧାନସଭା ନିକଟରେ କୌଣସି ବିକ୍ଷୋଭ ପ୍ରଦର୍ଶନ, ଧାରଣା ତଥା ପ୍ରତିବାଦ ପ୍ରଦର୍ଶନକୁ ଅନୁମତି ଦିଆଯିବ ନାହିଁ ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ଦିନ ସୂଚନା ଦେଇଛନ୍ତି। କୋଭିଡକୁ ନଜରରେ ରଖି ଚଳିତ ଅଧିବେଶନରେ ଧାରଣା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଜଣାପଡିଛି ।
ଡିଜିପି କହିଛନ୍ତି ଯେ, ସେପ୍ଟେମ୍ବର ୩୦ ପରେ ପୋଲିସ ଏ ବାବଦରେ ସରକାରଙ୍କ ନିଷ୍ପତ୍ତିକୁ ପାଳନ କରିବ।
ବିଧାନସଭାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ପରେ ଡିଜିପି ଅଭୟ ଏହି ସୂଚନା ଦେଇଛନ୍ତି। ବିଧାନସଭାର ଆଗାମୀ ମୌସୁମୀ ଅଧିବେଶନରେ ସେପ୍ଟେମ୍ବର ୨୯ ରୁ ଆରମ୍ଭ ହୋଇ ଅକ୍ଟୋବର ୭ ରେ ଶେଷ ହେବ।
ତଦାରଖ ବେଳେ ଗୁଇନ୍ଦା ନିର୍ଦ୍ଦେଶକ, ଆଇନ ଶୃଙ୍ଖଳା ଏଡିଜି, ପୋଲିସ କମିଶନର ପ୍ରମୁଖ ଉପସ୍ଥିତ ରହିଛନ୍ତି।
Comments are closed.