Latest Odisha News

BREAKING NEWS

ହକି ବିଶ୍ୱକପ୍: ଝଲସୁଛି ବାରବାଟୀ, ସଲମାନଙ୍କ ଅପେକ୍ଷାରେ ଦର୍ଶକ

ଭୁବନେଶ୍ୱର: ‘ହକି ବିଶ୍ୱକପ୍’ ର ଉଦଘାଟନୀ ଉତ୍ସବରେ ସାରା ରାଜଧାନୀ ଦୁଲୁକିଥିବା ବେଳେ ଆଜି ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଉଦ୍ଘାଟନୀ ଉତ୍ସବରେ ସଲମାନ ଖାନଙ୍କ ଯାଦୁରେ ଝୁମିବେ କଟକ ବାସୀ ।

ଆଜି କଟକ ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ବଲିଉଡ୍ ସୁପରଷ୍ଟାର ତଥା ଦବଙ୍ଗ ଷ୍ଟାର୍ ସଲମାନ୍ ଖାନ୍ ଯୋଗଦେବେ ବୋଲି ଟୁଇଟ୍ କରି ଜଣାଇଛନ୍ତି। ସେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ।

ଏହି ଉଦ୍ଘାଟନୀ ଉତ୍ସବରେ ଅନ୍ୟତମ ଆକର୍ଷଣ ସାଜିବେ ଓସ୍କାର ବିଜେତା ତଥା ସଂଗୀତର ଯାଦୁଗର ଏ.ଆର୍. ରହେମାନ୍। ‘ଜୟ ହିନ୍ଦ ହିନ୍ଦ, ଜୟ ଇଣ୍ଡିଆ’ ଗୀତରେ ପୁଣି କମ୍ପି ଉଠିବ ବାରବାଟୀ। ଉଦ୍ଘାଟନୀ ଉତ୍ସବରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ସହ ଆତସବାଜି ଦର୍ଶକଙ୍କୁ ଖୁବ୍ ମତୁଆଲ କରିବ ।

ଦ୍ୱିତୀୟ ଉଦ୍ଘାଟନୀ ଉତ୍ସବ ପାଇଁ ବାରବାଟୀ ଷ୍ଟାଡିୟମରେ ସବୁ ପ୍ରକାର ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର‌୍ୟ୍ୟାୟରେ ପହଞ୍ଚିଛି। ଅତିଥିଙ୍କ ସୁରକ୍ଷା ପାଇଁ ବାରବାଟୀ ଷ୍ଟାଡ଼ିୟମ୍ ପୋଲିସ ଛାଉଣୀରେ ଭରି ରହିଥିବାବେଳେ କମିସନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଏଥିସହିତ ପୁରା ଷ୍ଟାଡିୟମ ସିସିଟିଭି ନଜରରେ ରଖାଯିବାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

“ଏହି ହକି ବିଶ୍ୱକପ୍ ଉଦଘାଟଣୀ ଉତ୍ସବ ପରିପ୍ରେକ୍ଷୀରେ ଟ୍ରାଫିକ୍ ନିୟମ ଦିନ ୧ଟା ଠରୁ ବଳବତ୍ତର ରହିବା ସହ କଡାକଡି କରିବା ନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି” କଟକ ଡିସିପି ଅଖିଳେଶ୍ୱର ସିଂହ ।

Leave A Reply

Your email address will not be published.