Latest Odisha News

BREAKING NEWS

କଳାକାରଙ୍କ ପାଇଁ କାଳ ସାଜିଛି ମୁମ୍ବାଇ : ସୁଶାନ୍ତଙ୍କ ପରେ ବିହାରର ଆଉ ଏକ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ

ମୁମ୍ବାଇ: କଳାକାରଙ୍କ ପାଇଁ କାଳ ସାଜିଛି ମୁମ୍ବାଇ ଆଉ ବଲିଉଡ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ କେସର ସମାଧାନ ହୋଇ ନ ଥିବା ବେଳେ ଆଉ ଜଣେ ବିହାର ଅଭିନେତା ଅକ୍ଷତ ଉତ୍କର୍ଷ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏପରିକି ପରିବାରବର୍ଗ ମଧ୍ୟ ଏହାକୁ ହତ୍ୟାକାଣ୍ଡ ବୋଲି କହିଛନ୍ତି । ମୁଜଫରପୁରର ସିକନ୍ଦରପୁରରେ ରହୁଥିବା ୨୬ ବର୍ଷୀୟ ଅକ୍ଷତ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ । ରବିବାର ରାତି ୯ଟା ବେଳେ ଅକ୍ଷତ ତାଙ୍କ ବାପାଙ୍କୁ ଫୋନ କରିଥିଲେ । ଏହାର କିଛି ଘଂଟା ପରେ ହଠାତ ତାଙ୍କ ମୃତ୍ୟୁ ଖବର ମିଳିଥିଲା ।

ମୁମ୍ବାଇ ପୋଲିସ କୌଣସି ସହଯୋଗ କରୁ ନ ଥିବା ଅକ୍ଷତଙ୍କ ପରିବାର ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ଅକ୍ଷତ ଜଣେ ଏମବିଏ ଛାତ୍ର ଥିଲେ ଭୋଜପୁରୀ ଫିଲ୍ମରେ ଛୋଟ ମୋଟ ରୋଲ କରିବା ପରେ ମୁମ୍ବାଇ ଆସିଥିଲେ । ଏଠାରେ ମଧ୍ୟ ତାଙ୍କୁ ଭଲ ଅଫର ମିଳି ନ ଥିଲା । ଲିଟ୍ଟି ଚୋଖା ଫିଲ୍ମରେ ସେ ଅଭିନୟ କରିଥିଲେ ।

Leave A Reply

Your email address will not be published.