Latest Odisha News

ଜାମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ବଡଗାମ୍ ଜିଲ୍ଲାରେ ବୁଧବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହେବା ସହ ଘଟଣାରେ ୩ଜଣ ଯବାନ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ କିଛି ଆତଙ୍କବାଦୀ ବଡଗାମ୍ ଜିଲ୍ଲାରେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା । ପରବର୍ତ୍ତୀ ସମୟରେ ଆତଙ୍କବାଦୀ ମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀ ମାନେ ଏକ ସର୍ଚ୍ଚ ଅପରେସନ ଜାରି କରିଥିଲେ ।

ଏହି ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ପକ୍ଷରୁ ଅତର୍କିତ ଗୁଳି ଚାଳନା ହୋଇଥିଲା ବେଳେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ଚାଳନାରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୩ଜଣ ଯବାନ ଆହତ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପକ୍ଷରେ ଘଟଣାସ୍ଥଳରୁ ଯବାନ ମାନେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିବା ସହ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରି ତଲାସି ଅଭିଯାନକୁ ଜୋରଦାର କରିଥିବା ସହ ସମ୍ପୃକ୍ତ ଅଞ୍ଚଳରେ ମୋବାଇଲ ଓ ଇଣ୍ଟରନେଟ୍ ସେବା ବନ୍ଦ ରହିଥିବା ନେଇ ଜଣାପଡିଛି । ଏଥିସହିତ ମୃତ ଆତଙ୍କାବାଦୀଙ୍କ ପରିଚୟ ମିଳିପାରି ନାହିଁ ।

Leave A Reply

Your email address will not be published.