Latest Odisha News

BREAKING NEWS

ବିଶ୍ୱକପ ହକି: ଆଜି ଭାରତ ଭେଟୁଛି ଦକ୍ଷିଣ ଆଫ୍ରିକାକୁ

ଭୁବନେଶ୍ୱର: ‘ଓଡ଼ିଶା ବିଶ୍ୱକପ ପୁରୁଷ ହକି ୨୦୧୮’ ପରି ହକି ମହାସମରରେ ଆୟୋଜକ ଭାରତ ଭେଟୁଛି ଦକ୍ଷିଣ ଆଫ୍ରିକାକୁ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ସନ୍ଧ୍ୟା ୭ଟା ବେଳେ ଅନୁଷ୍ଠିତ ହେବାକୁ ଥିବା ଏହି ହକି ମ୍ୟାଚରେ ଘରୋଇ ଦର୍ଶକଙ୍କ ସାମ୍ନାରେ ବିଶ୍ୱକପ ଦାବିଦାର ଭାରତ ଦକ୍ଷିଣ ଆଫ୍ରିକାକୁ ଚକମା ଦେଖାଇ ପରାସ୍ତ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବ ।

ବିଶ୍ୱକପ ହକି ପ୍ରଥମ ଦିନର ୨ୟ ମ୍ୟାଚରେ ଭାରତ ଅପେକ୍ଷାକୃତ ଦକ୍ଷିଣ ଆଫ୍ରିକାକୁ ଭେଟୁଛି । ଭାରତୀୟ ଦଳ ବିପକ୍ଷ ଟିମଠାରୁ ଅପେକ୍ଷାକୃତ ଶକ୍ତିଶାଳୀ ଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଜିତିବାକୁ ନୂତନ କୌଶଳ ଅବଲମ୍ବନ କରିବ ।

ଭାରତୀୟ ଦଳ
ଗୋଲ କିପର୍ – ପି.ଆର୍ ଶ୍ରୀଜେଶ, କ୍ରିଷ୍ଣା ବାହାଦୁର ପାଠକ

ଡ଼ିଫେଣ୍ଡର୍ – ହରମନପ୍ରିତ୍ ସିଂହ, ବିରେନ୍ଦ୍ର ଲାକ୍ରା, ବରୁଣ କୁମାର, କୋଟଜିତ୍ ସିଂହ, ସୁରେନ୍ଦ୍ର କୁମାର ଓ ଅମିତ ରୋହିଦାସ

ମିଡ଼ଫିଲ୍ଡର୍ – ମନପ୍ରୀତ୍ ସିଂହ (ଅଧିନାୟକ), ଚିଗ୍ନେସାନା ସିଂହ (ଉପ ଅଧିନାୟକ)ସୁମିତ, ନୀଲକାନ୍ତ ଶର୍ମା ଓ ହାର୍ଦ୍ଦିକ ସିଂହ

ଷ୍ଟାଇକର୍ – ଆକାଶଦୀପ ସିଂହ, ମନଦୀପ ସିଂହ, ଦୀଲପ୍ରୀତ ସିଂହ, ଲଳିତ କୁମାର ଉପାଧ୍ୟାୟ, ସିମରନଜିତ ସିଂହ

କୋଚ୍ – ହରେନ୍ଦ୍ର ସିଂହ

ହକି ବିଶାରଦମାନେ ଏହି ମ୍ୟାଚରେ ଭାରତୀୟ ଦଳର ବିଜୟ ସମ୍ଭାବନା ଅଧିକ ରହିଛି ବୋଲି ଅନୁମାନ କରୁଛନ୍ତି । ମଙ୍ଗଳବାର ଦିନ ଭାରତୀୟ କୋଚ୍ ହରେନ୍ଦ୍ର ସିଂହ ଗଣମାଧ୍ୟମ ଆଗରେ ଭାରତୀୟ ଦଳ ଏହି ବିଶ୍ୱକପରେ ଉନ୍ନତ ଖେଳ ପ୍ରଦର୍ଶନ କରି ପୁଲରେ ଶୀର୍ଷ ସ୍ଥାନ ଅଧିକାର କରିବାକୁ ଚେଷ୍ଟା କରିବ ବୋଲି କହିଛନ୍ତି ।

ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ହକି ର‌୍ୟାଙ୍କିଂରେ ୧୫ତମ ସ୍ଥାନରେ ରହିଥିବା ବେଳେ ଭାରତ ବିଶ୍ୱର ୫ ନଂ ର‌୍ୟାଙ୍କିଂରେ ଥିବା ଦଳ । ତେଣୁ ଭାରତୀୟ ଦଳ ପ୍ରାଣପଣେ ଚେଷ୍ଟାକରିବ ଘରୋଇ ଦର୍ଶକଙ୍କ ସାମ୍ନାରେ ସମସ୍ତ ମ୍ୟାଚ ଜିତିବାକୁ । ଭାରତ ସମସ୍ତ ମ୍ୟାଚ ଜିତିପାରିଲେ ସହଜରେ କ୍ୱାର୍ଟର୍ ଫାଇନାଲରେ ସ୍ଥାନ ପାଇପାରିବ ।

Leave A Reply

Your email address will not be published.