Latest Odisha News

BREAKING NEWS

ଆସନ୍ତୁ ଜାଣିବା କାହାକୁ ଭଲ ଲାଗେନି ଜୁହୀ ଚାୱାଲାଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜୁହୀ ଚାୱାଲା ତାଙ୍କ ଅଭିନୟ ଦକ୍ଷତା ଭଲ ଭାବେ ପ୍ରମାଣିତ କରି ପାରିଛନ୍ତି । ତାଙ୍କର ଗ୍ଲାମରସ ଲୁକ୍ ଓ ଅଭିନୟ ପାଇଁ ଅନେକ ପ୍ରଶଂସକ ପାଗଳ ହୋଇ ପଡନ୍ତି । ତେବେ ଆସନ୍ତୁ ଜାଣିବା ଜୁହୀଙ୍କ ଫିଲ୍ମ କାହାକୁ ଭଲ ଲାଗେ ନାହିଁ । ଏହି ରହସ୍ୟ ନିଜେ ଉଜାଗର କରିଛନ୍ତି ଜୁହୀ । ସେ କହିଛନ୍ତି ମୋ ନିଜ ପିଲାମାନେ ମୋ ଫିଲ୍ମ ଦେଖିବାକୁ ଭଲ ପାଆନ୍ତି ନାହିଁ । ଜାହ୍ନବୀ ଓ ଅର୍ଜୁନଙ୍କୁ ମୁଁ କେତେକ ଫିଲ୍ମ ଦେଖାଇଥିଲି, ମାତ୍ର ସେମାନେ ସେଭଳି ଉତ୍ସାହିତ ହେଲେନି । ରୋମାଂଟିକ ଦୃଶ୍ୟ ବେଳେ ଅର୍ଜୁନ ବ୍ୟତୀବ୍ୟସ୍ତ ହୋଇ ପଡିଥିଲା ।

ପତି ଜୟ ମେହେଟ୍ଟା ପିଲାଙ୍କୁ ବୁଝାଇଥିଲେ ମଧ୍ୟ ସେମାନେ ବୁଝି ନ ଥିଲେ । ମେଁ କୃଷ୍ଣା ହୁଁ ଓ ଚକ୍ ଆଣ୍ଡ ଡଷ୍ଟରରେ ମୋ ଅଭିନୟକୁ କିନ୍ତୁ ସେମନେ ପ୍ରଂଶଂସା କରିଛନ୍ତି । ଜୁହୀ ସଲ୍ଲତନତ ଫିଲ୍ମ ମାଧ୍ୟମରେ ବଲିଉଡ ପଦାର୍ପଣ କରିଥିଲେ । ତେବେ ଅମୀର ଖାଁଙ୍କ ସହ କୟାମତ ସେ କୟାମତ ତକ ଫିଲ୍ମରୁ ଚର୍ଚ୍ଚିତ ହୋଇଥିଲେ ।

Comments are closed.