Latest Odisha News

ଆଜି ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ; ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦିବସ

୧୯୯୧ ମସିହାରୁ ପ୍ରତିବର୍ଷ ଅକ୍ଟୋବର ୧ ତାରିଖ ଦିନକୁ ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ଭାବେ ପାଳନ କରାଯାଉଛି। ୧୪ ଡିସେମ୍ବର ୧୯୯୦ରେ ଏଥି ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା। ବରିଷ୍ଠ ନାଗରିକଙ୍କ ସମ୍ମାନାର୍ଥେ ଏହି ଦିବସ ପାଳନ କରାଯାଉଛି।

ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କୁ ଅବହେଳା ନ କରି ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦେବା ହେଉଛି ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ସେଲିବ୍ରେଟିଂ ଓଲ୍ଡର୍ ହ୍ୟୁମାନ୍ ରାଇଟ୍ସ ଚାମ୍ପିଅନନ୍ସ’। ଅନେକ ସମୟରେ ସେମାନେ ଅବହେଳିତ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ତେବେ ଏ ବାବଦରେ ସଚେତନ ହୋଇ ସେମାନଙ୍କ ସୁରକ୍ଷା ଲାଗି କାର୍ଯ୍ୟ କରିବା ଉଚିତ। ସେମାନଙ୍କୁ ଅବହେଳା କରିବା ବଦଳରେ ସେମାନଙ୍କ ଅଭିଜ୍ଞତାରୁ ଶିଖିବା ଉଚିତ।

pinterest

ସୂଚନାଯୋଗ୍ୟ ସାରା ବିଶ୍ବରେ ୬୧.୭ କୋଟି ମଣିଷ ପଞ୍ଚଷଠି ବୟସରୁ ଊର୍ଦ୍ଧ୍ବ ଅଛନ୍ତି। ଏହା ମୋଟ ଜନସଂଖ୍ୟାର ୮.୫ ପ୍ରତିଶତ। ସର୍ଭେ ଅନୁଯାୟୀ ଆମ ଦେଶରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୧୦.୪ କୋଟି। ଏଥିରେ ୫.୩ କୋଟି ମହିଳା ଓ ୫.୧ କୋଟି ପୁରୁଷ ଅଛନ୍ତି।

Leave A Reply

Your email address will not be published.