Latest Odisha News

ଟ୍ୱିନସିଟିରେ ପ୍ରବଳ ବର୍ଷା: ଦିନ ୧୦ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ

ଭୁବନେଶ୍ୱର: ଆସୁଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ଗତକାଲିଠାରୁ ବର୍ଷା ଲାଗି ରହିଛି । ଭୁବନେଶ୍ୱର ଓ କଟକରେ ବି ଗତକାଲି ରାତିରୁ ବର୍ଷୁଛି । ପାଣିପାଗ ବିଭାଗ ସତର୍କ କରାଇଛି, ଟ୍ୱିନସିଟିରେ ଆଜି ପ୍ରବଳ ବର୍ଷା ହେବ । ଆଜି ଦିନ ୧୦ଟା ଯାଏଁ ଏଦି ହୁଇ ସହରରେ ପ୍ରବଳ ବର୍ଷିବ । ଘଣ୍ଟାକୁ ୨ରୁ ୩ ସେମି ଯାଏଁ ବୃଷ୍ଟିପାତ ସମ୍ଭାବନି ରହିଛି ।

ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ କରାଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସମୟ ଭିତରେ ଯଥାସମ୍ଭବ ଘରୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ବର୍ଷା ଯୋଗୁ ରାସ୍ତା ଓ ତଳି ଅଞ୍ଚଳରେ ପାଣି ଜମିପାରେ ।

Leave A Reply

Your email address will not be published.