Latest Odisha News

BREAKING NEWS

ବିଶ୍ବର ସର୍ବପ୍ରଥମ ସାହିତ୍ୟିକ ଏନ୍ ହେଡୁଆନା; ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା

ପ୍ରାଚୀନ ମେ‌ସପୋଟାମିଆ ସଭ୍ୟତା ସମୟର ରାଜକନ୍ୟା ଏନ୍‌ହେଡୁଆନା ହେଉଛନ୍ତି ବିଶ୍ବର ସର୍ବପ୍ରଥମ କବୀ ଓ ଲେଖିକା। ଖ୍ରୀଷ୍ଟପୂର୍ବ ତ୍ରୟୋବିଂଶ ଶତାବ୍ଦୀ କାଳର ସମ୍ରାଟ ସାର୍ଗନ ଅଫ୍ ଅକ୍କାଡ୍ ଙ୍କ କନ୍ୟା ରୂପେ ଏନ୍ ହେଡୁଆନା ଜନ୍ମ ନେଇଥିଲେ। ସେହି ସମୟରେ ଦେବାଦେବୀଙ୍କ ‌ଆରାଧନା ପାଇଁ ସେ ରଚନା କରିଥିବା ବିଭିନ୍ନ ସ୍ତୁତି ଉଲ୍ଲେଖ କରିଥିବା ଇଟାଗୁଡ଼ିକୁ  ଦକ୍ଷିଣ ଇରାକ୍ ର ପ୍ରତ୍ନତାତ୍ତ୍ବିକ ଖନନ ସ୍ଥଳରୁ ଉଦ୍ଧାର କରାଯା ଇଛି।

ଏଥି ସହିତ ପ୍ରାଚୀନ ସୁମେରିଆନ୍ ଭାଷାରେ ଲିଖିତ ସାହିତ୍ୟିକ କୃତିରେ ମଧ୍ୟ ତାଙ୍କ ନାଁ ଥିବା ପ୍ରମାଣ ମିଳିଛି। ସେଥିପାଇଁ ତାଙ୍କୁ ବିଶ୍ବର ସର୍ବପୂରାତନ ସାହିତ୍ୟିକର ଆଖ୍ୟା ଦିଆଯାଇଛି । ସେ ଇତିହାସର ମଧ୍ୟ ପ୍ରଥମ ମହିଳା ପୂଜକ। ୨୦୧୪ ମସିହାରେ ପ୍ରସିଦ୍ଧ ଟେଲିଭିଜନ ଧାରାବାହିକ କସ୍ ମସ୍: ଏ ସ୍ପେସ୍ ଟାଇମ୍ ଓଡେସି ରେ ଏନ୍ ହେଡୁଆନାଙ୍କୁ ଇତିହାସର ଜଣେ ପ୍ରଭାବଶାଳୀ ମହିଳା ଭାବେ ପ୍ରଦର୍ଶନ କରାଯାଇଥିଲା। ୨୦୧୫ରେ ବୁଧ ଗ୍ରହର ଏକ ଗର୍ତ୍ତକୁ ତାଙ୍କ ନାଁ ଅନୁଯାୟୀ ନାମିତ କରାଯାଇଛି।

Leave A Reply

Your email address will not be published.