Latest Odisha News

BREAKING NEWS

ଆଇଏଏସ୍ ଅଧିକାରୀ ଅପୁର୍ଭା ଚନ୍ଦ୍ର ହେଲେ ନୂଆ ଶ୍ରମ ସଚିବ

ନୂଆଦିଲ୍ଲୀ:  ଅଧିକାରୀ ଅପୁର୍ଭା ଚନ୍ଦ୍ର ଗୁରୁବାର ଦିନ ଶ୍ରମ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରମ ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ- ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ର ୧୯୮୮ ବ୍ୟାଚ୍ ମହାରାଷ୍ଟ୍ର କ୍ୟାଡର ଅପୁର୍ଭା ଚନ୍ଦ୍ର ଆଜି ନୂତନ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଏହାପୂର୍ବରୁ ଶ୍ରୀ ଚନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ବତନ୍ତ୍ର ମହାନିର୍ଦ୍ଦେଶକ, ପ୍ରତିରକ୍ଷା ଅଧିଗ୍ରହଣ, ଦାୟିତ୍ୱରେ କାର୍ଯ୍ୟ କରୁଥିଲେ । ଯେଉଁଠାରେ ସେ ଘରୋଇ ଶିଳ୍ପରୁ ଅଧିକ, ପ୍ରତିରକ୍ଷା ବାହିନୀକୁ ସଜାଇ ରଖିବାରେ ଆତ୍ମନିର୍ଭର ଭାରତକୁ ସାମିଲ  କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଜଣେ ସିଭିଲ୍ ଇଞ୍ଜିନିୟର , ଚନ୍ଦ୍ର ଆଇଆଇଟି ଦିଲ୍ଲୀରୁ ସିଭିଲ୍ ଇଞ୍ଜିନିୟରିଂ ଏବଂ ଷ୍ଟ୍ରକଚରାଲ୍ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।

ଶ୍ରୀ ଚନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟରେ ସାତ ବର୍ଷରୁ ଅଧିକ ସମୟ ଅତିବାହିତ କରିଛନ୍ତି। ଶିଳ୍ପକୁ ଇନ୍ଧନ ଯୋଗାଣ, ଯୋଗାଣ ସାମଗ୍ରୀ, ପରିବହନ, ସଂରକ୍ଷଣ ଏବଂ ଇନ୍ଧନ ଉତ୍ପାଦ ବଣ୍ଟନ ଇତ୍ୟାଦି ନୀତି ସହ ଜଡିତ ଅଛନ୍ତି।

Leave A Reply

Your email address will not be published.