Latest Odisha News

BREAKING NEWS

ଅନୁରାଗ କାଶ୍ୟପ ମାମଲା: ଡାକ୍ତରୀ ପରୀକ୍ଷା ପାଇଁ ସରକାରୀ ଡାକ୍ତରଖାନାକୁ ଗଲେ ପାୟଲ

ମୁମ୍ବାଇ: ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷ ଗୁରୁବାର ଦିନ ଭର୍ସୋଭା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଏହି ଘଟଣାରେ ଡାକ୍ତରୀ ପରୀକ୍ଷା ପାଇଁ ଅଭିନେତ୍ରୀଙ୍କୁ ମୁମ୍ବାଇର ଆନ୍ଧେରୀ ସ୍ଥିତ ଏକ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ବୋଲି ଦି ନ୍ୟୁ ରିପୋର୍ଟରେ ଏକ ରିପୋର୍ଟ ପ୍ରକାଶ ପାଇଛି।

ଏହି ମାମଲାରେ ସମ୍ପୃକ୍ତି ଦର୍ଶାଇ ଅକ୍ଟୋବର ୧ ରେ ପୋଲିସ ଷ୍ଟେସନରେ ହାଜର ହେବା ପାଇଁ ମୁମ୍ବାଇ ପୋଲିସ ବୁଧବାର ଅନୁରାଗ କାଶ୍ୟପଙ୍କୁ ନୋଟିସ ଦେଇଥିଲା।

ପାୟଲ ଘୋଷ ଏଏନଆଇ କୁ ଦେଇଥିବା ତଥ୍ୟ ଅନୁଯାୟୀ, “ପାଞ୍ଚ ବର୍ଷ ପୂର୍ବେ ମୁଁ ମୋ କାମ ନେଇ ଅନୁରାଗ କାଶ୍ୟପଙ୍କୁ ଭେଟିଥିଲି। ସେ ମୋତେ ତାଙ୍କ ଘରକୁ ଡାକିଲେ। ମୁଁ ଯେତେବେଳେ ସେଠାକୁ ଗଲି, ସେ ମୋତେ ଏକ ଅଲଗା କୋଠରୀକୁ ନେଇ ଯୌନ ନିର୍ଯାତନା ଦେବାକୁ ଚେଷ୍ଟା କଲେ । ”

“ମୁଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛି ଯେ ଦୟାକରି ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ଜଣେ ଭଦ୍ର ଲୋକ ମୁଖା ପିନ୍ଧିଥିବା ବ୍ୟକ୍ତିର ଅସଲ ଚେହେରା ଲୋକ ଲୋଚନକୁ ଆଣନ୍ତୁ । ମୁଁ ଜାଣେ ଯେ ଏହା ମୋତେ କ୍ଷତି ପହଞ୍ଚାଇପାରେ ଏବଂ ମୁଁ ଅସୁରକ୍ଷିତ । ମୁଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ପାୟଲ କହିଛନ୍ତି।

ଟ୍ୱିଟରରେ ପ୍ରତିକ୍ରିୟା ଦେଇ କାଶ୍ୟପ ଏହି ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ‘ଭିତ୍ତିହୀନ’।

Leave A Reply

Your email address will not be published.