Latest Odisha News

BREAKING NEWS

ବଢ଼ିଲା +୩ ଆବେଦନ ତାରିଖ; ସବିଶେଷ ତଥ୍ୟ ପାଇଁ ପଢନ୍ତୁ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଗୁରୁବାର ଦିନ ଓଡିଶାର ବିଭିନ୍ନ କଲେଜରେ +୩ ଆଡମିଶନ ପାଇଁ ଆବେଦନର ତାରିଖକୁ ବୃଦ୍ଧି କରିଛନ୍ତି ।

ସୋମବାର, ଯୁକ୍ତ ୩ ଆଡମିଶନ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇଥିଲା ।

ପୂର୍ବ ବର୍ଷ ପରି ଭୁବନେଶ୍ୱରର ବିଜେବି (ସ୍ୱୟଂଶାସିତ) କଲେଜ ଉଚ୍ଚଶିକ୍ଷା ପାଇଁ ଛାତ୍ରମାନଙ୍କ ମଧ୍ୟରେ ପ୍ରଥମ ପସନ୍ଦ ରହିଛି । ଭୂଗୋଳ ପାଇଁ କଟ୍ ଅଫ୍ ୯୩% ରହିଥିବା ବେଳେ, ଗଣିତ ପାଇଁ ୯୫.୩% ଓ ପ୍ରାଣୀ ବିଜ୍ଞାନ ପାଇଁ ୯୫.୫% ରହିଛି ।

ଚଳିତ ବର୍ଷ ମୋଟ ୨,୧୨,୯୯୮ ଜଣ ଛାତ୍ରଛାତ୍ରୀ ରାଜ୍ୟର ୧୦୨୯ ଡିଗ୍ରୀ କଲେଜରେ ଆଡମିଶନ ପାଇଁ ଆବେଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ଆଡମିଶନ ପାଇଁ ୧,୫୮,୫୪୦ ଜଣଙ୍କୁ ଚୟନ କରାଯାଇଥିଲା।

Leave A Reply

Your email address will not be published.