Latest Odisha News

BREAKING NEWS

ସବ୍ୟସାଚୀଙ୍କୁ ମିଳିବ ମହାତ୍ମା ଗାନ୍ଧୀ ସେବା ସମ୍ମାନ

ଭୁବନେଶ୍ବର: ଓଡିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ତଥା ଅସହାୟଙ୍କ ସାହାରା ସାଜିଥିବା ହିରୋ ସବ୍ୟସାଚୀଙ୍କୁ ମିଳିବ ମହାତ୍ମା ଗାନ୍ଧୀ ସେବା ସମ୍ମାନ ।

ଭାରତୀୟ ସ୍କାଉଟ୍‌ ଓ ଗାଇଡ୍‌ ଫେଲୋସିପ୍‌, ରାଜ୍ୟ ଶାଖା ପକ୍ଷରୁ ଚଳିତ ବର୍ଷ ଜାତୀୟ ମହାତ୍ମା ଗାନ୍ଧୀ ସେବା ସମ୍ମାନ ପାଇବେ ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର।

ଲୋକଙ୍କ ଅସମୟରେ ଵିଶେଷ କରି ଲକଡାଉନ ସମୟରେ ବହୁ ପ୍ରବାସୀ ଶ୍ରମିକଙ୍କୁ ନିଜ ମାଟିକୁ ଫେରାଇ ଆଣି ବଦାନ୍ୟତା ପ୍ରଦର୍ଶନ କରିଥିବା ସବ୍ୟ ଯେ କେବଳ ରିଲ ନୁହେଁ ରିୟଲ ଲାଇଫ ହିରୋ ମଧ୍ୟ । ସବ୍ୟଙ୍କ ଏହି ମହତ୍ତ୍ବପୂର୍ଣ୍ଣ ଅବଦାନ ପାଇଁ ତାଙ୍କୁ ଏହି ବିଶେଷ ସମ୍ମାନରେ ସମ୍ମାନିତ କରାଯିବ । ଦିଆଯିବ।

ଏଥିସହ ଜାତୀୟ ସ୍କାଉଟ୍‌ ଗାଇଡ୍‌ ଫେଲୋସିପ୍‌ର ସଭାପତି ଏମ୍‌ଏକେ ମିକିଙ୍କୁ ଚଳିତବର୍ଷର ଲାଲବାହାଦୂର ଶାନ୍ତିଦୂତ ସମ୍ମାନ ପ୍ରଦାନ କରାଯିବ।

ପୁରସ୍କାର ଘୋଷଣା ହୋଇଥିବା ସଂସ୍ଥାର ସୂଚନା ଅଧିକାରୀ ଗଜେନ୍ଦ୍ରନାଥ ବେହେରା ଦେଇଥିବା ସୁଚନା ଅନୁସାରେ, ରାଜ୍ୟ ସଭାପତି କାଳୀ ମିଶ୍ର, ଉପସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଡ. ପ୍ରଣବ ମହାପାତ୍ର, ଗୁରୁ ପୀତାମ୍ବର ବିଶ୍ବାଳ, ସମ୍ପାଦକ ଋଷି ପଟ୍ଟନାୟକଙ୍କ ପ୍ରମୂଖଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯିବ।

Comments are closed.