Latest Odisha News

BREAKING NEWS

ସମ୍ବଲପୁରରେ ରେଳ ରୋକ୍: ବାତିଲ ଟ୍ରେନ ସୂଚନା

ଭୁବନେଶ୍ୱର : ପଶ୍ଚିମ ଓଡିଶାର ସମ୍ବଲପୁର, ହୀରାକୁଦ ଏବଂ ସମ୍ବଲପୁର ଟାଉନ୍ ରେଳ ଷ୍ଟେସନରେ ରେଳ ରୋକ ଯୋଗୁଁ ଗୁରୁବାର ଦିନ ରେଳ ଯାତ୍ରା ବ୍ୟାହତ ହୋଇଛି ।

ଯେଉଁସବୁ ଟ୍ରେନ ଗୁଡିକର ଚଳାଚଳ ବାଧାପ୍ରାପ୍ତ ହୋଇଛି, ସେଗୁଡିକର ବିବରଣୀ

ବାତିଲ ହୋଇଥିବା ଟ୍ରେନ-

୧. ୧୮୩୦୧/୧୮୩୦୨- ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସ ଉଭୟ ଦିଗରୁ
୨. ୧୮୩୦୩/୧୮୩୦୪- ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଉଭୟ ଦିଗରୁ
୩. ୧୨୮୯୩/୧୨୮୯୪-ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଉଭୟ ଦିଗରୁ
୪. ୬୮୦୩୪- ସମ୍ବଲପୁର-ଝାରସୁଗୁଡା ପାସେଞ୍ଜର
୫. ୫୮୩୦୧/୫୮୩୦୩- ସମ୍ବଲପୁର-କୋରାପୁଟ/ ଜୁନାଗଡ ରୋଡ ପାସେଞ୍ଜର
୬. ୫୮୨୧୩- ଟିଟଲାଗଡ-ସମ୍ବଲପୁର ପାସେଞ୍ଜର
୭. ୧୮୩୦୯- ସମ୍ବଲପୁର-ଜମ୍ମୁତାବୀ ଏକ୍ସପ୍ରେସ
୮. ୬୮୦୨୭- ରାଉରକେଲା-ସମ୍ବଲପୁର ପାସେଞ୍ଜର
୯. ୫୮୨୧୪- ବିଳାସପୁର-ଟିଟଲାଗଡ ପାସେଞ୍ଜର ଭାୟା-ସମ୍ବଲପୁର

ଆଂଶିକ ଭାବେ ବାତିଲ ହୋଇଥିବା ଟ୍ରେନ-

୧. ୧୨୮୭୨- ଟିଟଲାଗଡ-ହାୱଡା ଇସ୍ପାତ ଏକ୍ସପ୍ରେସ -ଆଜି ଟିଟଲାଗଡରୁ ବରଗଡ ରୋଡକୁ ଯିବ ଏବଂ ଏହା ୧୨୮୭୧- ହାୱଡା-ଟିଟଲାଗଡକୁ ଫେରିବ । ଟିଟଲାଗଡ ଇସ୍ପାତ ଏକ୍ସପ୍ରେସ ବରଗଡରୁ ଟିଟଲାଗଡକୁ ଯିବ ।
୨. ୧୮୦୦୬ ଜଗଦଲପୁର-ହାୱଡା ସମଲେଶ୍ୱରୀ ଏକ୍ସପ୍ରେସ- ଜଗଦ୍ଦଲପୁରରୁ ଆଜି ଟିଟଲାଗଡ ଅଭିମୁଖେ ଛାଡିବ ଏବଂ ୧୮୦୦୫ ହାୱଡା-ଜଗଦ୍ଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ଟିଟଲାଗଡରୁ ଜଗଦ୍ଦଲପୁର ଫେରିବ ।
୩. ୧୮୦୦୫ ହାୱଡା-ଜଗଦ୍ଦଲପୁର ହୀରାଖଣ୍ଡ ଏକ୍ସପ୍ରେସ-ହାୱଡାରୁ ୨୮/୧୧/୨୦୧୮ ତରିଖ ଦିନ ଝାରସୁଗୁଡା ପର୍ଯ୍ୟନ୍ତ ଚାଲି ଏବଂ ଏହା ୧୮୦୦୬ ଭାବେ ହାୱଡା ଫେରିବ । ଜଗଦ୍ଦଲପୁର-ହାୱଡା ସମଲେଶ୍ୱରୀ ଏକ୍ସପ୍ରେସ ଝାରସୁଗୁଡାରୁ ଫେରିବ । ୧୮୦୦୫/୧୮୦୦୬- ହାୱଡା-ଜଗଦ୍ଦଲପୁର-ହାୱଡା- ସମଲେଶ୍ୱରୀ ଏକ୍ସପ୍ରେସ ଝାରସୁଗୁଡା ଏବଂ ଟିଟଲାଗଡ ମଧ୍ୟରେ ଉଭୟ ଦିଗରୁ ବାତିଲ ।
୪. ୨୨୮୩୯ ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ- ରାଉରକେଲାରୁ ଝାରସୁଗୁଡା ପର୍ଯ୍ୟନ୍ତ ଚାଲିବ ଏବଂ ଏହା ୨୨୮୪୦ ଭାବେ ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ ଝାରସୁଗୁଡାରୁ ରାଉରକେଲା ଚାଲିବ । ଏହି ଟ୍ରେନ୍ ଝାରସୁଗୁଡା ଏବଂ ଭୁବନେଶ୍ୱର ମଧ୍ୟରେ ସମ୍ପୂର୍ଣ୍ଣ ବାତିଲ ।
୫. ୫୮୧୩୨ ପୁରୀ-ରାଉରକେଲା ପାସେଞ୍ଜର- ପୁରୀରୁ ଅନୁଗୁଳ ପର୍ଯ୍ୟନ୍ତ ଯିବ ଏବଂ ଏହି ଟ୍ରେନ ୫୮୧୩୧ ରାଉରକେଲା-ପୁରୀ ପାସେଞ୍ଜର ଭାବେ ପୁରୀ ଫେରିବ । ରାଉରକେଲା-ପୁରୀ ପାସେଞ୍ଜର ୫୮୧୩୧ ଟ୍ରେନର ସେବା ସମ୍ପୂର୍ଣ୍ଣ ଭାବେ ରାଉରକେଲା ଓ ଅନୁଗୁଳ ମଧ୍ୟରେ ବାତିଲ ।

ରେଳ ରୁଟ୍ ପରିବର୍ତ୍ତନ-

୧. ୧୨୮୩୬ ଯଶବନ୍ତପୁର-ହଟିଆ ଏକ୍ସପ୍ରେସ- ଯଶବନ୍ତପୁରରୁ ୨୮/୧୧/୨୦୧୮ ଦିନ ରୁଟରେ ପରିବର୍ତ୍ତିତ ହୋଇ ଭାୟା ଟିଟଲାଗଡ-ରାୟପୁର-ବିଳାସପୁର ଏବଂ ଝାରସୁଗୁଡା ଦେଇ ଯାତାୟତ କରିବ ।
୨. ୧୨୮୮୦- ଭୁବନେଶ୍ୱର-ଏଲଟିଟି ଏକ୍ସପ୍ରେସ ଆଜି ରୁଟ୍ ପରିବର୍ତ୍ତିତ ହୋଇ ଭାୟା ବିଜୟନଗରମ୍ ଏବଂ ରାୟଗଡା ଦେଇ ଚାଲିବ ।
୩. ୧୮୪୨୨-ଆଜମେର-ପୁରୀ ଏକ୍ସପ୍ରେସ ଆଜମେରରୁ ୨୮/୧୧/୨୦୧୮ ଦିନ ପରିବର୍ତ୍ତିତ ରୁଟ୍ରେ ଭାୟା ଟିଟଲାଗଡ ଓ ବିଜୟନଗରମ୍ ଦେଇ ଚାଲିବ ।

Leave A Reply

Your email address will not be published.