Latest Odisha News

BREAKING NEWS

ଚର୍ଚ୍ଚାରେ ‘ରେଡ୍‌ ଡ୍ରେସ୍’

ନୂଆଦିଲ୍ଲୀ: ବିଶେଷ କରି ପୋଷାକ ମଧ୍ୟରେ ଡିଜାଇନର୍ ପୋଷାକ ପିନ୍ଧିବାକୁ ଲୋକେ ଅଧିକ ପସନ୍ଦ କରନ୍ତି। ସେହଭଳି ଡିଜାଇନର୍‌ମାନଙ୍କ ପୋଷାକ ତିଆରି କରିବାର ଶୈଳୀ ମଧ୍ୟ ବେଶ୍ ନିଆରା। କିନ୍ତୁ ନିକଟରେ ଏକ ଡ୍ରେସ୍ ଡିଜାଇନ୍‌କୁ ନେଇ ସମଗ୍ର ବିଶ୍ବରେ ଚହଳ ସୃଷ୍ଟି ହୋଇଛି।

ସୁନ୍ଦର ରେଶମ ଫ୍ରକ୍‌ ଉପରେ ରଙ୍ଗୀନ ଏମ୍ବ୍ରୋଡୋରୀ ଥିବା ଡିଜାଇନ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଏହି ପୋଷାକ ପ୍ରସ୍ତୁତ କରିବାକୁ ସମ୍ପୂର୍ଣ୍ଣ ୧୦ ବର୍ଷ ସମୟ ଲାଗିଥିଲା। ଏହି ଆକଷର୍ଣୀୟ ଡ୍ରେସ୍‌ଟି ୨୮ଟି ଦେଶ ଭ୍ରମଣ କରିସାରିଲାଣି।

ଏହି ପୋଷାକ ଉପରେ ହୋଇଥିବା ସୁନ୍ଦର କାରୁକାର୍ଯ୍ୟକୁ ୨୦୨ ଜଣ କାରିଗରଙ୍କ ଦ୍ବାରା ତିଆରି କରାଯାଇଛି।  ତେବେ ଏହି ପୋଷାକର ସୁନ୍ଦର ଡିଜାଇନ୍‌କୁ ସମଗ୍ର ବିଶ୍ବରେ ଏବେ ଖୁବ୍ ପସନ୍ଦ କରାଯାଉଛି।

India.com

ଏହି ପୋଷାକକୁ ଦୁବାଇ, ଇଟାଲୀ, ଲଣ୍ଡନ, ମେକ୍ସିକୋ ଏବଂ ପ୍ୟାରିସ୍ ଭଳି ବିଭିନ୍ନ ଦେଶର ଆର୍ଟ ଗ୍ୟାଲେରୀ ଏବଂ ସଂଗ୍ରହାଳୟରେ ସଜାଯାଇଛି। ଏ ଡ୍ରେସ୍‌ ସମ୍ବନ୍ଧୀୟ ସମସ୍ତ ବିବରଣୀ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର୍ କରାଯାଇଛି।

ତେବେ ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ୍‌ର ମିସିମ୍ବା ପରି ସ୍ଥାନରେ ଦାରିଦ୍ର୍ୟ ସହ ସଂଗ୍ରାମ କରୁଥିବା ମହିଳାଙ୍କୁ ସହାୟତା କରିବା ପାଇଁ ଏହି ପୋଷାକର ପରିକଳ୍ପନା କରାଯାଇଛି। ଏହି ଡ୍ରେସ୍‌ର କିଛି ଅଂଶ ଭାରତରେ ମଧ୍ୟ ତିଆରି କରାଯାଇଛି। ଏଥିରେ ସୁନା ଭଳି ମୁଲ୍ୟବାନ୍ ଧାତୁର ମଧ୍ୟ ବ୍ୟବହାର କରାଯାଇଛି।

Comments are closed.