Latest Odisha News

BREAKING NEWS

ଦୀପିକା ପାଦୁକୋନଙ୍କୁ ଜେରା କରିଥିବା NCB ଅଫିସର କରୋନା ସଂକ୍ରମିତ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କର ଖୋଳତାଡ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡେପୁଟୀ ଡାଇରେକ୍ଟରଙ୍କୁ କରୋନା । ଏନସିବି ଡେପୁଟୀ ଡାଇରେକ୍ଟର କେ.ପି.ଏସ୍ ମାଲହୋତ୍ରା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସବୁଠୁ ବଡ଼ କଥା ହେଲେ ସେ ଡ୍ରଗ୍ସ ଚାଟ୍ ନେଇ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ପଚରାଉଚରା କରିଥିଲେ । ଗତ ସେପ୍ଟେମ୍ବର ୨୬ ତାରିଖରେ ମୁମ୍ବାଇ କୋଲାବାରେ ଥିବା ଏନସିବିର ଗେଷ୍ଟ ହାଉସରେ ଦୀପିକାଙ୍କୁ ଡ୍ରଗ୍ସ ଚାଟ୍ ନେଇ ଜେରା ହୋଇଥିଲା । ଏନସିବି ଟିମର ନେତୃତ୍ୱ ନେଇଥିଲେ କେ.ପି.ଏସ୍ ମାଲହୋତ୍ରା ।

ସେହିପରି କୁହାଯାଉଛି ସେ ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁରଙ୍କୁ ବି ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କ ସମ୍ପର୍କରେ ପଚରାଉଚରା କରିଥିଲେ । ଗତ କିଛି ଦିନ ଭିତରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ଡର୍ଜନେରୁ ଅଧିକ ଅଧିକାରୀ ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.