Latest Odisha News

BREAKING NEWS

ରିୟାଙ୍କୁ ମିଳିଲାନି ଆଶ୍ୱସ୍ତି: ଅକ୍ଟୋବର ୨୦ ଯାଏଁ ଜେଲରେ ରହଣି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପୁଣି ଝଟକା । ପୁଣି ବଢ଼ିଲା ବିଚାରବିଭାଗୀୟ ହାଜତ ମିଆଦ । ଆସନ୍ତା ୨୦ ତାରିଖ ଯାଏ ରିୟା ଜେଲରେ ରହିବେ । ଏହି ନିର୍ଦ୍ଦେଶ ଦେଇଛନ୍ତି ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ ।

ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ଅନ୍ୟ ଅଭିଯୁକ୍ତଙ୍କ ହାଜତ ମିଆଦ ଅବଧିକୁ ବି ୨୦ ତାରିଖ ଯାଏଁ ବୃଦ୍ଧି କରିଛନ୍ତି କୋର୍ଟ । ଆଜି ଶେଷ ହେଉଥିଲା ରିୟା ଓ ସୌଭିକଙ୍କ ୧୪ ଦିନିଆ ବିଚାର ବିଭାଗୀୟ ହାଜତ ଅବଧି ।
Rhea Chakraborty's Custody Extended
ସେପଟେ ବେଲ୍ ପାଇଁ ମୁମ୍ବାଇ ହାଇକୋର୍ଟରେ ଆବେଦନ କରିଛନ୍ତି ରିୟା ଓ ସୌଭିକ୍ । ଆସନ୍ତାକାଲି ଜାମିନ ଆବେଦନର ରାୟ ଆସିପାରେ । ହାଇକୋର୍ଟ ଜାମିନ ଦେଲେ ସେମାନେ ଜେଲରୁ ମୁକୁଳି ପାରିବେ ।

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କର ତଦନ୍ତ କରୁଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଏହି ମାମଲାରେ ସେପ୍ଟେମ୍ବର ୯ ତାରିଖରେ ଗିରଫ ହୋଇଥିଲେ ରିୟା ଚକ୍ରବର୍ତ୍ତୀ । ତାପରଠୁ ସେ ଜେଲରେ ଅଛନ୍ତି । ଏହି ମାମଲାରେ ୨୦ରୁ ଅଧିକ ଲୋକଙ୍କୁ ବାନ୍ଧିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ।

Leave A Reply

Your email address will not be published.