Latest Odisha News

BREAKING NEWS

କାନାଡ଼ା-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ୧-୧ରେ ଡ୍ର, ବେଲଜିୟମ-ଭାରତର କଡ଼ା ମୁକାବିଲା

ଭୁବନେଶ୍ୱର: ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ବିଶ୍ୱକପ ହକି ପ୍ରତିଯୋଗିତାରେ ରବିବାର ଅନୁଷ୍ଠିତ କାନାଡ଼ା ଓ ଦକ୍ଷିଣ ଆଫ୍ରିକା ୧ମ ମ୍ୟାଚ୍ ୧-୧ରେ ଡ୍ର ରହିଛି । ଆଜିର ୨ୟ ମ୍ୟାଚରେ ଶକ୍ତିଶାଳୀ ବେଲଜିୟମ ଓ ଭାରତ ମଧ୍ୟରେ ଖେଳ ଆରମ୍ଭ ହୋଇଛି । ବେଲଜିୟମ ଏପର୍ଯ୍ୟନ୍ତ ୧-୦ରେ ଅଗ୍ରଣୀ ରହିଛି ।

କଳିଙ୍ଗ ଷ୍ଟାଡ଼ିୟମରେ ଆଜି ରବିବାର ଥିବାରୁ ଦୁଇ ବିଦେଶୀ ଟିମର ଖେଳ ଦେଖିବାକୁ ମଧ୍ୟ ଦର୍ଶକଙ୍କ ବେଶ୍ ଭିଡ଼ ଜମିଥିଲା । ମ୍ୟାଚର ୪୨ ମିନିଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ନିକୋବିଲ୍ ଏଣ୍ଟୁଲୁ ଏକ ଗୋଲ ସ୍କୋର କରିଥିଲେ ।

ତେବେ ଏହାର ମାତ୍ର କିଛି ମିନିଟ ପରେ କାନାଡ଼ା ପକ୍ଷରୁ ସ୍କଟ୍ ଟପ୍ପର୍ ଏକ ଚମତ୍କାର ଗୋଲ ଦେଇ ମ୍ୟାଚକୁ ୧-୧ ସମାନ ସ୍ତରକୁ ଆଣିଥିଲେ । କାନାଡ଼ା ପକ୍ଷରୁ ଡ଼େଭିଡ୍ କାର୍ଟର୍ ଙ୍କ ପକ୍ଷରୁ ସୁନ୍ଦର ଖେଳ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ତାଙ୍କୁ ପ୍ଲେୟାର୍ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା ।

 

ଆଜି ୭ଟା ବେଳେ ଆରମ୍ଭ ହୋଇଥିବା ମ୍ୟାଚରେ ଭାରତୀୟ ଦଳ ବେଲଜିୟମ ଦଳର କଡ଼ା ମୁକାବିଲା କରୁଛି । ବେଲଜିୟମ ଦଳ ବିଶ୍ୱ ର‌୍ୟାଙ୍କିଂରେ ୩ୟ ଥିôବାବେଳେ ଭାରତର ର‌୍ୟାଙ୍କ ୫ । ତେଣୁ ଘରୋଇ ଟିମ୍ ଉପରେ ସାମାନ୍ୟ ଚାପ ରହିଥିଲେ ଏହି ମ୍ୟାଚ ଜିତିବାକୁ ଚେଷ୍ଟା କରିବ । ସେପଟେ ବେଲଜିୟମ ଦଳ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ହକି ଟିମ, ତେଣୁ ଉଭୟଙ୍କ ଲାଗି ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ଖେଳର ୮ମ ମିନିଟରେ ଦଳ ପକ୍ଷରୁ ହେନଡ୍ରିକ୍ସ ଏକ ସୁନ୍ଦର ଗୋଲଦେବା ଫଳରେ ବେଲଜିୟମ ୧-୦ରେ ଅଗ୍ରଣୀ ରହିଛି । ଭାରତୀୟ ଦଳ କଡ଼ା ମୁକାବିଲାର ସମ୍ମୁଖୀନ ହୋଇ ଗୋଲ ସ୍କୋର କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ।

Leave A Reply

Your email address will not be published.