Latest Odisha News

BREAKING NEWS

ବଲାଙ୍ଗୀରରେ ୨୪ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବ୍ୟାହତ

ବଲାଙ୍ଗିର: ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି ନେଇ ଆଜି ୨୪ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଳା ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଏହି ବନ୍ଦ ପ୍ରଭାବରେ ବିଭିନ୍ନ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ଗାଡି ଚଳାଚଳ ବନ୍ଦ ରହିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏଥିସହ ୨୪ଘଣ୍ଟିଆ ରେଳରୋକ ମଧ୍ୟ କରାଯାଇଛି।

ଅନ୍ୟପକ୍ଷରେ ଆଜି ସକାଳୁ ବଲାଙ୍ଗୀର ଓକିଲ ସଂଘ କର୍ମକର୍ତ୍ତାମାନେ ଜିଲ୍ଲାର ପ୍ରମୁଖ ଛକ, ଜାତୀୟ ରାଜପଥରେ ବନ୍ଦ ପାଳିବା ସହ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିବା ଜଣାପଡିଛି । ଏଥିସହିତ ବିଭିନ୍ନ ରାଜନୈତିକ ଦଳ, ବ୍ୟବସାୟୀ ସଂଘ ଓ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ କରୁଛନ୍ତି।

ଆହୁରି ମଧ୍ୟ ଏହି ବନ୍ଦ ଡାକରା ଯୋଗୁଁ ରେଳ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଏହି ଆନ୍ଦୋଳନ ଫଳରେ ପ୍ରାୟ ୪ଟି ଟ୍ରେନ ବାତିଲ କରାଯାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.