ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ ନୂତନ ତଥ୍ୟ ମିଳୁଛି । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁସାରେ ସୁଶାନ୍ତଙ୍କ ସମସ୍ତ ବ୍ୟାଙ୍କ ଖାତାକୁ ଅନୁଧ୍ୟାନ କରିବା ପରେ ଜଣାପଡିଥିଲା ସେ ୫ ବର୍ଷରେ ୭୦ କୋଟି ଟଙ୍କା ଆୟ କରିଥିଲେ । ଫରେନ୍ସିକ ଅଡିଟ ରିପୋର୍ଟରେ ୫୫ ଲକ୍ଷ ଟଙ୍କା ରିୟା ଚକ୍ରବର୍ତିଙ୍କ ପଛରେ ଖର୍ଚ୍ଚ କରିଥିଲେ ବୋଲି ଖବର ପ୍ରକାଶ ପାଇଛି ।
ଏମ୍ସ ଏହା ହତ୍ୟାକାଣ୍ଡ ନୁହେଁ ବୋଲି ରିପୋର୍ଟ ଦେବା ପରେ ସିବିଆଇ ଆତ୍ମହତ୍ୟା ଆଙ୍ଗେଲରେ କେସର ତଦନ୍ତ ଆରମ୍ଭ କରିଛି । ଆତ୍ମହତ୍ୟା ପଛରେ ରିୟା ଚକ୍ରବର୍ତି ଓ ତାଙ୍କ ଭାଇଙ୍କ ଭୂମିକା, ବ୍ୟକ୍ତିଗତ ପ୍ରତିଦ୍ୱନ୍ଦ୍ୱିତା,ନେପୋଟେଜିମ, ନିଶା କାରୋବାର ଓ ରାଜପୁତଙ୍କ ମାନସିକ ସ୍ଥିତିର ତଦନ୍ତ ମଧ୍ୟ କରିବ ସିବିଆଇ ।
Comments are closed.