ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୪୫୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଖୋର୍ଦ୍ଧାରୁ ୫୭୧ ଜଣ, କଟକରୁ ୨୯୨ ଜଣ, ପୁରୀରୁ ୨୫୪ ଜଣ, ଅନୁଗୁଳରୁ ୧୭୫ ଜଣ, ଯାଜପୁରରୁ ୧୬୬ ଜଣ, ବରଗଡ଼ରୁ ୧୩୩ ଜଣ, ମୟୂରଭଂଜରୁ ୧୨୬ ଜଣ, ବାଲେଶ୍ୱରରୁ ୧୨୦ ଜଣ, ସମ୍ବଲପୁରରୁ ୧୧୬ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୦୪ ଜଣ ଓ କେନ୍ଦୁଝର ଜିଲ୍ଲାରୁ ୧୦୧ ଜଣ ସୁସ୍ଥ ହୋଇଛନ୍ତି।
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରୁ ୯୯ ଜଣ, ଜଗତସିଂହପୁର, ଝାରସୁଗୁଡ଼ା ଜିଲ୍ଲାରୁ ୮୪ ଜଣ ଲେଖାଏଁ, ନୂଆପଡ଼ା ଜିଲ୍ଲାରୁ ୭୨ ଜଣ, ନବରଂଗପୁର ଜିଲ୍ଲାରୁ ୭୧ ଜଣ, ନୟାଗଡ଼ ଜିଲ୍ଲାରୁ ୭୦ ଜଣ, ଢେଙ୍କାନାଳ, କନ୍ଧମାଳ ଜିଲ୍ଲାରୁ ୬୧ ଜଣ ଲେଖାଏଁ, ମାଲକାନଗିରି ଜିଲ୍ଲାରୁ ୫୮ ଜଣ, ଭଦ୍ରକ, ସୋନପୁର ଜିଲ୍ଲାରୁ ୫୬ ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।
ଆହୁରି ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାରୁ ୫୪ ଜଣ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରୁ ୪୧ ଜଣ ଲେଖାଏଁ, କେରାପୁଟ ଜିଲ୍ଲାରୁ ୩୫ ଜଣ, ଗଂଜାମ ଜିଲ୍ଲାରୁ ୩୪ ଜଣ, ଗଜପତି ଜିଲ୍ଲାରୁ ୩୩ ଜଣ, ବୌଦ୍ଧ ରୁ ୩୧ ଜଣ, ଦେବଗଡ଼ରୁ ୧୩ ଜଣ ଓ ଷ୍ଟେଟ ପୁଲରୁ ୨୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨,୧୩,୬୭୨ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
Comments are closed.