Latest Odisha News

ହକି ମାନିଆ: ବଢୁଛି ‘ଜମ୍ପ ଫର୍ ଭୁବନେଶ୍ୱର’ ଚ୍ୟାଲେଞ୍ଜ

ଭୁବନେଶ୍ୱର : ରାଜଧାନୀରେ ‘ହକି ବିଶ୍ୱ କପ୍’ ଜାରି ରହିଥିବାବେଳେ ଲୋକଙ୍କ ମଧ୍ୟରେ ହକିର କ୍ରେଜ୍ ଦେଖିବାକୁ ମିଳୁଛି । ଏହି ଅବସରରେ ଭୁବନେଶ୍ୱରର ରୂପରେଖ ମଧ୍ୟ ବିଭିନ୍ନ ଆକର୍ଷଣୀୟ କଳାକୃତିରେ ସଜେଇ ହୋଇଛି ।

ଏଥିସହିତ ଚାରିଆଡେ ହକି ମାନିଆ ଜାରି ରହିଥିବାବେଳେ ଏବେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ‘ଜମ୍ପ ଫର୍ ଭୁବନେଶ୍ୱର’ ଚ୍ୟାଲେଞ୍ଜର କ୍ରେଜ ଦେଖିବାକୁ ମିଳୁଛି ।

ମିଳିଥିବା ସୂଚନା ଅନୁଯାୟୀ ଏହି ଚ୍ୟାଲେଞ୍ଜରେ ଜଣେ ବ୍ୟକ୍ତି ଏକ ସୁନ୍ଦର କଳାକୃତି ସମ୍ମୁଖରେ ଡିଆଁ ମାରିବା ଅବସ୍ଥାରେ ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡିବ । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ସୋସିଆଲ ମିଡିଆରେ ଫଟୋ ଅପଲୋଡ କରିବା ସହ ଆଉ ୨ଜଣ ସାଥୀଙ୍କୁ ଟ୍ୟାଗ୍ କରି ଏହି ଚ୍ୟାଲେଞ୍ଜ ଦେବାକୁ ପଡିବ ।

ଏହି ଚ୍ୟାଲେଞ୍ଜରେ ପ୍ରଥମେ ଓଡିଆ ଅଭିନେତା ବାବୁସାନଙ୍କୁ ଦେଖିବାକୁ ମିଳିଥିଲା । ସେ ନିଜର ଏକ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରି ଆଉ୨ ଜଣଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି । ପରେ ପରେ ‘ଜମ୍ପ ଫର୍ ଭୁବନେଶ୍ୱର’ ଚ୍ୟାଲେଞ୍ଜରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଆଥଲେଟ୍ ଦୂତି ଚାନ୍ଦ ମଧ୍ୟ ସାମିଲ ହୋଇ ନିଜ ନିଜର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଆହୁରି ମଧ୍ୟ ଓଡିଆ ଅଭିନେତ୍ରୀ ଶିବାନୀ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ନିଜର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ୨ଜଣ ସାଙ୍ଗକୁ ଟ୍ୟାଗ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.