Latest Odisha News

ଏୟାରଫୋର୍ସ ଡେ: ୮୮ ବର୍ଷରେ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଆଜି ଏୟାରଫୋର୍ସ ଡେ । ୮୮ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା । ଏହି ଅବସରରେ ଗାଜିଆବାଦ ସ୍ଥିତ ହିଣ୍ଡେନ ଏୟାରବେସରେ ଶକ୍ତି ପ୍ରଦର୍ସନ କରିବ ବାୟୁସେନା । ଚଳିତବର୍ଷ ଏୟାରଫୋର୍ସ ଡେ ଉତ୍ସବରେ ସାମିଲ ହେବ ରାଫେଲ ଯୁଦ୍ଧ ବିମାନ । ଏଥିପାଇଁ ହିଣ୍ଡେନ ଏୟାରବେସରେ ବାୟୁସେନାର ସମସ୍ତ ଯୁଦ୍ଧ ବିମାନକୁ ତୟାର ରଖାଯାଇଛି ।

୧୯୩୨ ମସିହା ଅକ୍ଟୋବର ୮ ତାରିଖରେ ଭାରତୀୟ ବାୟୁସେନାର ଗଠନ କରାଯାଇଥିଲା । ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ୮ ତାରିଖରୁ ଏୟାରଫୋର୍ସ ଡେ ଭାବରେ ପାଳନ କରାଯାଉଛି । ଭାରତୀୟ ବାୟୁସେନାର ପ୍ରଥମ ଯୁଦ୍ଧବିମାନ ୧୯୩୩ ମସିହା ଏପ୍ରିଲ ୧ ତାରିଖେ ଉଡ଼ାଣ ଭରିଥିଲା ।
Indian AirForce Day
ବ୍ରିଟିଶ ସାମ୍ରାଜ୍ୟର ବାୟୁସେନାର ଏକକ ଭାବରେ ଭାରତୀୟ ବାୟୁସେନାକୁ ପ୍ରତିଷ୍ଠା କରାଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହାର ନାଁରେ ରୟାଲ୍ ଶବ୍ଦ ଯୋଡା ଯାଇଥିଲା । ସ୍ୱାଧୀନତାର ତିନି ବର୍ଷ ପରେ ୧୯୫୦ ମସିହାରେ ଏହାକୁ ହଟାଇ ଦିଆଯାଇଥିଲା । ସେବେଠାରୁ ଏହା ଭାରତୀୟ ବାୟୁସେନା ନାଁରେ ନାମିତ ହୋଇଛି ।

ଦେଶ ସ୍ୱାଧୀନ ହେବା ପରେ ଚାରିଟି ଯୁଦ୍ଧରେ ନିଜର ପରାକାଷ୍ଠା ଦେଖାଇଛି ଭାରତୀୟ ବାୟୁସେନା । ପାକିସ୍ତାନ ବିପକ୍ଷରେ ତିନିଟି ଓ ଚୀନ ବିରୋଧରେ ଗୋଟିଏ ଯୁଦ୍ଧ ଲଢିଛି । ସେହିପରି ବାୟୁସେନାର ଅନ୍ୟ ଅପରେସନରେ ସାମିଲ ରହିଛି ଅପରେସନ୍ ବିଜୟ, ଅପରେସନ୍ ମେଘଦୂତ, ଅପରେସନ୍ କ୍ୟାକଟସ୍, ଅପରେସନ୍ ପୁମଲାଇ ଓ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ।

Leave A Reply

Your email address will not be published.