ଆସନ୍ତା ୧୭ ତାରିଖରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରୀ । ୨୫ ତାରିଖ ଯାଏ ଚାଲିବ । ନବରାତ୍ରୀର ଅଷ୍ଟମୀ ଓ ନବମୀ ତିଥିରେ ଘରେ ଓ ମନ୍ଦିରରେ କୁମାରୀ ପୂଜା କରାଯାଏ । କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସିଛି । ନବରାତ୍ରୀର ଅଷ୍ଟମୀ ଓ ନବମୀ ତିଥିରେ ମାଆ ମହାଗୋରୀ ଓ ସିଦ୍ଧିଦାତ୍ରୀଙ୍କ ପୂଜାର୍ଚ୍ଚନା କରିବା ପରମ୍ପରା ରହିଛି । ଏହି ତିଥିରେ ଛୋଟ ଛୋଟ ଝିଅଙ୍କୁ ଘରକୁ ଡ଼ାକି ଭୋଜନ ଦେଇ ତୃପ୍ତ କରାଯାଏ । ସେମାନଙ୍କୁ ବସ୍ତ୍ର ଓ ଅନ୍ୟାନ୍ୟ ବସ୍ତୁ ଦାନସୂତ୍ରରେ ପ୍ରଦାନ କରିବାର ବିଧି ରହିଛି । ଏବେ ଆସନ୍ତୁ ନବରାତ୍ରିରେ କନ୍ୟା ପୂଜନ ବିଧିର ମହତ୍ତ୍ୱ ସମ୍ପର୍କରେ ଜାଣିବା ।
କନ୍ୟା ପୂଜନ ମହତ୍ତ୍ୱ
ବିଶ୍ୱାସ ରହିଛି, ନବରାତ୍ରିରେ କୁମାରୀ ପୂଜା କଲେ ମାଆ ଦୁର୍ଗା ପ୍ରସନ୍ନ ହୁଅନ୍ତି । ଭକ୍ତଙ୍କ ମନବାଞ୍ଝା ପୂର୍ଣ୍ଣ କରନ୍ତି ଜଗତଜନନୀ । ଶାସ୍ତ୍ର ଅନୁସାରେ, କନ୍ୟା ପୂଜନ କରିବା ଦ୍ୱାରା ସୁଖ ଶାନ୍ତି ପ୍ରାପ୍ତ ହୁଏ । ମୋକ୍ଷ ପ୍ରାପ୍ତି ନେଇ ବି ବିଶ୍ୱାସ ରହିଛି । କନ୍ୟା ପୂଜନ ପୂର୍ବରୁ ପ୍ରଥମେ ଘରେ ଓ ମନ୍ଦିରରେ ଯଜ୍ଞ ଓ ପୂଜାପାଠ କରାଯାଏ । ଏହାଦ୍ୱାରା ମାଆଙ୍କ କୃପାଦୃଷ୍ଟି ଭକ୍ତଙ୍କ ଉପରେ ପଡ଼େ ।
ନବରାତ୍ରିରେ ନଅ ଜଣ ଝିଅଙ୍କୁ ଭୋଜନ ଦେଇ ତୃପ୍ତ କରାଯାଏ । ଯେଉଁ କୁମାରୀ ପୂଜା ପାଇଁ ଉଦ୍ଦିଷ୍ଟ, ତାହା ଆଗରୁ ନିର୍ଦ୍ଦିଷ୍ଟ ହୋଇଥାଏ । କୁହାଯାଏ ନଅ ଜଣ ଝିଅ ଦେବୀ ଦୁର୍ଗାଙ୍କ ନଅଟି ରୂପ । ଏମାନଙ୍କ ସହ ଜଣେ ପୁଅଙ୍କୁ ବି ଭୋଜନ କରାଇବାର ଆବଶ୍ୟକତା ରହିଛି । କାରଣ ତାଙ୍କୁ ବଟୁକ ଭୈରବଙ୍କ ପ୍ରତୀକ ବୋଲି ବିବେଚନା କରାଯାଏ । ମାଆ ଦୁର୍ଗାଙ୍କ ସହ ଭୈରବଙ୍କ ପୂଜା ନିହାତି ଆବଶ୍ୟକ । ନଅ କନ୍ୟାଙ୍କ ବୟସ ୨ରୁ ୧୦ ବର୍ଷ ଭିତରେ ହୋଇଥିବ ।
କେମିତି କରିବେ କୁମାରୀ ପୂଜା ?
ପ୍ରଥମେ ନଅ ଜଣଙ୍କୁ ଆମନ୍ତ୍ରଣ କରାଯାଏ । ସେମାନଙ୍କୁ ଦେବୀଙ୍କ ସ୍ୱରୂପ ଭାବି ସମ୍ମାନପୂର୍ବକ ଦିଆଯାଏ ସ୍ୱତନ୍ତ୍ର ଆସନ । ପାଦ ଧୋଇ ଦିଆଯାଏ । ମଥାରେ ନାଲି ସିନ୍ଦୁର ଓ ମୁଣ୍ଡରେ ଘୋଡ଼ାଇ ଦିଆଯାଏ ନାଲି ରଙ୍ଗର ଓଢଣୀ । ମାତାରାଣୀଙ୍କୁ ସ୍ମରଣ କରି ପୂଜାର୍ଚ୍ଚନା ଓ ପ୍ରସାଦ କରାଯାଏ । ଏହାପରେ ନଅ ଜଣ କନ୍ୟାଙ୍କୁ ଭୋଜନ କରାଯାଏ । ଏହାପରେ ଦାନ ଦକ୍ଷିଣା ଦେଇ ସେମାନଙ୍କର ପାଦ ଛୁଇଁ ଆଶୀର୍ବାଦ ଭିକ୍ଷା କରନ୍ତି ।
BREAKING NEWS
- ମୁର୍ଶିଦାବାଦ ହିଂସାକାଣ୍ଡ ଘଟଣାରେ ଓଡିଶାର ଲିଙ୍କ୍; ଝାରସୁଗୁଡାରୁ ୨ ଅପରାଧୀ ଗିରଫ, ୬ ଅଟକ
- ଫିଲ୍ମ ‘ସ୍ତ୍ରୀ ୨’ ଏବଂ ‘ପୁଷ୍ପା ୨’ ପରେ ୬୦୦ କୋଟି କ୍ଲବରେ ସାମିଲ ହେଲା ‘ଛାଭା’
- ଆତଙ୍କୀ ହେବେ ନିପାତ; ଜମ୍ମୁ-କଶ୍ମୀରରେ ମୁତୟନ ହେବେ କୋବ୍ରା କମାଣ୍ଡୋ
- ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ
- ଏହି ଦିନ ପରଦାକୁ ଆସିବ ‘ମର୍ଦାନୀ’ ୩
- ରାଜସ୍ଥାନ-ଲକ୍ଷ୍ନୌ ମ୍ୟାଚ ଫିକ୍ସ ହୋଇଛି ବୋଲି ଅଭିଯୋଗ ଆଣିଲେ ଜୟଦୀପ
- ୨ ଦିନିଆ ସାଉଦି ଆରବ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ହେବ ଆଲୋଚନା
- ପବ୍ଲିକ ଆଡମିନିଷ୍ଟ୍ରେସନରେ ଅତୁଳନୀୟ ଅବଦାନ ଯୋଗୁ କୋରାପୁଟ ଜିଲ୍ଲାପାଳ ପ୍ରଶଂସିତ
- ତାଳଚେର ‘ରାଜା’ ରାଜେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନଙ୍କ ଦେହାନ୍ତ
- ପ୍ରେସର ବୋମା ବିସ୍ଫୋରଣରେ ଯବାନ ସହିଦ, ସେପଟେ ଏନକାଉଣ୍ଟରରେ ଟଳିଲେ ୨ ଦୁର୍ଦ୍ଦାନ୍ତ ନକ୍ସଲ
Comments are closed.