Latest Odisha News

ରାଉରକେଲା: ସଡକ ଦୁର୍ଘଟଣାରେ ପୋଲିସ ଅଫିସରଙ୍କ ଶୋଚନୀୟ ମୃତ୍ୟୁ

ରାଉରକେଲା: ରାଉରକେଲା ବିର୍ସାମୁଣ୍ଡା ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି ।

ମୃତକଙ୍କ ନାମ ମନୋଜ ନାୟକ ଏବଂ ସେ ରାଉରକେଲା ସ୍ଥିତ କୁଆଁରମୁଣ୍ଡା ଫାଣ୍ଡି ରେ ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ନେଇ ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଏହି ପୋଲିସ ଅଧିକାରୀ ଜଣଙ୍କ ନିଜ ଡ୍ୟୁଟି ସାରି ଗତକାଲି ରାତିରେ ଏକ କାର ଯୋଗେ ଘରକୁ ଫେରୁଥିବାବେଳେ କୌଣସି କାରଣବଶତଃ କାରଟି ଭାରସାମ୍ୟ ହରାଇବାରୁ ଏକ ଡିଭାଇଡରରେ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି ।

ଅନ୍ୟପକ୍ଷରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ କାରକୁ ଜବତ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.