Latest Odisha News

BREAKING NEWS

ଏସ୍‌ବିଆଇ କାର୍ଡଧାରୀଙ୍କ ପାଇଁ ଖୁସି ଖବର; କାର୍ଡ ବ୍ୟବହାର କରି ପାଇପାରିବେ ଆକର୍ଷଣୀୟ ଅଫର୍

ନୂଆଦିଲ୍ଲୀ: ଏହି ଉତ୍ସବର  ଋତୁରେ ଏସବିଆଇ କାର୍ଡ ଧାରୀଙ୍କ ପାଇଁ ରହିଛି ଖୁସି ଖବର। ଯଦି ଆପଣଙ୍କର ମଧ୍ୟ ଏହି କାର୍ଡ ଅଛି, ତେବେ ଆପଣ ଏଥି‌ର‌େ ଖୁବ୍‌ ସପିଂ କରିପାରିବେ। କୋଭିଡ-୧୯ ମହାମାରୀ ଭିତରେ ଗ୍ରାହକଙ୍କ ପାଇଁ କ୍ରୟ ପଦ୍ଧତିରେ ପରିବର୍ତ୍ତନ କରାଯାଇଛି।

ଏଭଳି ପରିସ୍ଥିତିରେ କମ୍ପାନୀ ବିଭିନ୍ନ ବ୍ରାଣ୍ଡ୍‌ ସହିତ କ୍ୟାସବ୍ୟାକ୍ ଏବଂ ରିହାତି ପ୍ରଦାନ କରୁଛି। ୨୦୦୦ ରୁ ଅଧିକ ସହରରେ ୧୦୦୦ ରୁ ଅଧିକ ଅଫର ପ୍ରଦାନ କରାଯାଉଛି। ଏହି ଅଫର ଅକ୍ଟୋବର ୧ ରୁ ଆରମ୍ଭ ହୋଇ ନଭେମ୍ବର ୧୫, ୨୦୨୦ ପର୍ଯ୍ୟନ୍ତ ଚାଲିବ।

ଏ ନେଇ କମ୍ପାନି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏପରି ପରିସ୍ଥିତିରେ ଗ୍ରାହକମାନେ ନିଜ ମନ ପସନ୍ଦର ସପିଂ କରି ଏହି ଅଫରଗୁଡ଼ିକର ଲାଭ ଉଠାଇ ପାରିବେ। କମ୍ପାନିର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଅଶ୍ୱିନୀ କୁମାର ତିୱାରୀ କହିଛନ୍ତି ଯେ ଏହି ବର୍ଷ ଆମେ ଜାତୀୟ ତଥା ଖୁଚୁରା ଦୋକାନୀଙ୍କ ମିଳିତ ସହଯୋଗରେ ୧୦୦୦ ରୁ ଅଧିକ ପ୍ରକାରର ଅଫର ପ୍ରସ୍ତୁତ କରିଛୁ।

ଖୁଚୁରା ଦୋକାନୀ ଠାରୁ ଆରମ୍ଭ କରି ଅନଲାଇନ୍ ସପିଂ ପର୍ଯ୍ୟନ୍ତ ୨୦୦୦ ରୁ ଅଧିକ ସହରରେ ଏହି ଅଫର ଉପଲବ୍ଧ ହେବ ବୋଲି ସେ କହିଛନ୍ତି। ପ୍ରତ୍ୟେକ ବର୍ଗର ଗ୍ରାହକମାନେ କାର୍ଡ ବ୍ୟବହାରରେ ଏହାର ଲାଭ ପାଇପାରିବେ। କାର୍ଡ ସାହାଯ୍ୟରେ ଗ୍ରାହକମାନେ ସହଜରେ ୧.୩ ଲକ୍ଷରୁ ଅଧିକ ଦୋକାନରେ ସହଜ କିସ୍ତିରେ ସପିଂ କରିପାରିବେ।

Leave A Reply

Your email address will not be published.