Latest Odisha News

BREAKING NEWS

କାର୍‌ରେ ଲାଗିଲା ନିଆଁ, ଜୀବନ୍ତ ଜଳିଗଲେ ଏନ୍‌ସିପି ନେତା

ନୂଆଦିଲ୍ଲୀ: ଜୀବନ୍ତ ଜଳିଗଲେ ଏନ୍‌ସିପି ନେତା । ସର୍ଟସର୍କିଟ ଯୋଗୁଁ କାର୍‌ରେ ନିଆଁ ଲାଗି ଜୀବନ୍ତ ଦଗ୍ଧ ହୋଇଛନ୍ତି ଏନ୍‌ସିପି ନେତା ସଞ୍ଜୟ ସିନ୍ଦେ। ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ।

ମଙ୍ଗଳବାର ମୁମ୍ବାଇ-ଆଗ୍ରା ରାଜମାର୍ଗରେ ପିମ୍ପଲଗାଓ ବସବନ୍ତ ଟୋଲ ପ୍ଲାଜା ନିକଟରେ ଏହି ଘଟଣା ଘଟିଛି । ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗିଥିବା କୁହାଯାଉଛି। ନାସିକ ଜିଲ୍ଲାର ଜଣେ ଅଙ୍ଗୁର ରପ୍ତାନୀ ଥିବା ସିନ୍ଦେ ନିଜର ବଗିଚା ପାଇଁ କୀଟନାଶକ କିଣିବାକୁ ପିମ୍ପଲଗାଅଁ ରାସ୍ତାରେ ଥିଲେ। ସେହି ସମୟରେ କଦଭା ନଦୀର ଓଭରବ୍ରିଜ୍ ନିକଟରେ ତାଙ୍କ ସହ ଏହି ଦୁର୍ଘଟଣା ଘଟିଛି। ଗାଡିରେ ହ୍ୟାଣ୍ଡ ସାନିଟାଇଜର ମଧ୍ୟ ଥିଲା। ଏହି କାରଣରୁ ନିଆଁ ଭୀଷଣ ରୂପ ନେଇଥିଲା।

ସିନ୍ଦେ ଗାଡିର ଡୋର ଖୋଲିବା ସହିତ କାଚ୍ ଭାଙ୍ଗିବାକୁ  ଚେଷ୍ଟା କରିଥିଲେ। କିନ୍ତୁ ସେ ବାହାରି ପାରିନଥିଲେ । ଗାଡିରେ ନିଆଁ ଲାଗିବା ଖବର ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ସିନ୍ଦେଙ୍କୁ ବଞ୍ଚାଇବାକୁ  ଚେଷ୍ଟା କରିଥିଲେ। ଅଗ୍ନିଶମ ବିଭାଗକୁ ମଧ୍ୟ ସୂଚନା ଦେଇଥିଲେ। ଦମକଳବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳେକୁ ବହୁତ ଡେରି ହୋଇଯାଇଥିଲା । ନିଆଁ ଲିଭିବା ପୂର୍ବରୁ ସିନ୍ଦେଙ୍କ ମୃତ୍ୟୁ ହୋଇସାରିଥିଲା । ନିଆଁ ଲିଭିବା ପରେ ମୃତକ ଜଣକ ଏନ୍‌ସିପି ନେତା ସଞ୍ଜୟ ସିନ୍ଦେ ବୋଲି ଜଣାପଡିଥିଲା।

Leave A Reply

Your email address will not be published.