Latest Odisha News

ପୋଲିସ ନିଯୁକ୍ତି ପ୍ରଶ୍ନପତ୍ର ଲିକ ମାମଲା: ପୋଲିସ ଏସପି ଗିରଫ

ଆସାମ: CID ଗୁରୁବାର ଦିନ ସବ ଇନ୍ସପେକ୍ଟର ନିଯୁକ୍ତି ପ୍ରଶ୍ନପତ୍ର ଲିକ ଘଟଣାରେ ଜଣେ ପୋଲିସ ଅଧୀକ୍ଷକ(ଏସପି)ଙ୍କୁ ଗିରଫ କରିଛି ।

ଆସାମର ବାରପେଟା ଜିଲ୍ଲାର ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ (FRRO) ରେ ଏସପି ଭାବରେ ପୋଷ୍ଟ ହୋଇଥିବା କୁମାର ସଞ୍ଜିତ କୃଷ୍ଣଙ୍କୁ ଗୁରୁବାର ସନ୍ଧ୍ୟାରେ ସିଆଇଡି ଗିରଫ କରିଛି। ସେ ଆସାମ ମୁଖ୍ୟ ସଚିବ କୁମାର ସଞ୍ଜୟ କୃଷ୍ଣଙ୍କ ଭାଇ।

ବାରପେରାର FRRO ରେ ପୋଷ୍ଟ କରିବା ପୂର୍ବରୁ କୁମାର ସଞ୍ଜିତ କୃଷ୍ଣ କରିମଗଞ୍ଜ ଜିଲ୍ଲାର ପୋଲିସ ଅଧୀକ୍ଷକ ଭାବରେ କାର୍ଯ୍ୟ କରିଥିଲେ।

ସିଆଇଡି ପୋଲିସ ଷ୍ଟେସନରେ ପଞ୍ଜୀକୃତ କେସ୍ ନମ୍ବର ୨୧/୨୦୨୦ ଅନୁଯାୟୀ ଏହି ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ ଆସାମ ପୋଲିସର ୫୯୭ଟି ପଦବୀରେ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଚଳିତ ବର୍ଷ ସେପ୍ଟେମ୍ବର ୨୦ ତାରିଖରେ ଧାର୍ଯ୍ୟ କରାଯାଇଥିଲା।

ଏହି ଲିକ୍ ପରେ ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।


ଆସାମ ପୋଲିସ ଏପର୍ଯ୍ୟନ୍ତ ପୂର୍ବତନ ଡିଜି ପ୍ରସାନ୍ତ କୁମାର ଦତ୍ତଙ୍କ ସମେତ ୫୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି ଏବଂ ଏହି ଲିକ୍ ଘଟଣାରେ ବିଜେପି ନେତା ଦିବାନ ଡେକାଙ୍କୁ ବହିଷ୍କାର କରିଛି।

ଅନୁସନ୍ଧାନକାରୀମାନେ ମଧ୍ୟ ଅଭିଯୁକ୍ତଙ୍କ ଘରୁ ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଏବଂ ସୁନା ଅଳଙ୍କାର ଜବତ କରିଛନ୍ତି।

Comments are closed.