କୋଲକାତା: ପାଞ୍ଚ ମହଲା ବିଲଡିଂରେ ରାତିରେ ଲାଗିଲା ନିଆଁ । ପୋଡ଼ି ହୋଇ ଜଣେ ୧୨ ବର୍ଷର ନାବାଳକ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି କୋଲକାତାର ଗଣେଶ ଚନ୍ଦ୍ର ଏଭିନ୍ୟୁରେ । ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା ।
ଗତକାଲି ରାତିରେ ଗଣେଶ ଚନ୍ଦ୍ର ଏଭିନ୍ୟୁରେ ନିଆଁ ଲାଗିଥିଲା । ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀର ୧୦ଟି ଟିମ୍ । ବିଲଡିଂ ଭିତରକୁ ଲୋକଙ୍କୁ ସୁରକ୍ଷିତ ଭାବରେ ବାହାରକୁ ବାହାର କରାଯାଇଥିଲା । ଦୀର୍ଘ ସମୟ ଧରି ଚାଲିଥିଲା ନିଆଁ ଲିଭା କାମ ।
#UPDATE: Two death including a minor who jumped from the building where a fire broke out in Kolkata’s Ganesh Chandra Avenue, late last night. The fire has been doused off. #WestBengal https://t.co/qLHPlEgZwc
— ANI (@ANI) October 17, 2020
ପୋଲିସ ଓ ଅଗ୍ନିଶମ ବାହିନୀ ଅଧିକାରୀଙ୍କ ସୂଚନା ଅନୁସାରେ, ଭୟରେ ପିଲାଟି ପ୍ରଥମ ମହଲାରୁ ତଳକୁ ଡେଇଁ ପଡ଼ିଥିଲା । ହସ୍ପିଟାଲରେ ତାର ମୃତ୍ୟୁ ହୋଇଥିଲା । ସେହିପରି ଜଣେ ମହିଳାଙ୍କ ମୃତଦେହ ବାଥରୁମରୁ ଉଦ୍ଧାର ହୋଇଛି ।
ବିଲଡିଂର ପ୍ରଥମ ମହଲାରୁ ନିଆଁ ଧୀରେ ଧୀରେ ଅନ୍ୟ ମହଲାକୁ ବ୍ୟାପିଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଚ ଥିବା ବେଳେ ତଦନ୍ତ ଜାରି ରହିଛି । ଏହି ବିଲଡିଂରେ ୫୦ଟି ପରିବାର ରହୁଥିଲେ ।
Comments are closed.