Latest Odisha News

BREAKING NEWS

ରାୟଗଡ଼ା: ସେଲ୍ଫି ନେବାବେଳେ ନାଗାବଳୀ ନଦୀରେ ଭାସିଗଲେ ଆନ୍ଧ୍ର ଯୁବକ

ରାୟଗଡ଼ା: ଆନ୍ଧ୍ରର ଜଣେ ଯୁବକ ସାଙ୍ଗମାନଙ୍କ ସହିତ ଶୁକ୍ରବାର ଦିନ ରାୟଗଡ଼ା ନାଗାବଳୀ ନଦୀରେ ମୋବାଇଲ୍ ଫୋନରେ ସେଲ୍ଫି ନେବା ବେଳେ ନଦୀର ପ୍ରଖର ଜଳରେ ଭାସି ଯାଇଥିଲେ । ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାର ସୂଚନା ମିଳିଛି ।

ମୃତକ ଜଣକ ହେଲେ ଏଲ ସାଇରାମ ଏବଂ ତାଙ୍କ ଘର ପଡ଼ୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟ ନଗର ଅଞ୍ଚଳରେ ।

ସାଇରାମ ରାୟଗଡ଼ାର ଗ୍ଲେଜ ଇଣ୍ଡିଆରେ ଅଧ୍ୟୟନ କରୁଥିଲେ ।

ସେ ତାଙ୍କର ୩ଜଣ ସାଙ୍ଗଙ୍କ ସହିତ ନାଗାବଳୀ ନଦୀ ବୁଲିବାକୁ ଯାଇଥିଲେ । ନଦୀ ନିକଟରେ ସେଲ୍ଫି ନେବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ଏସମ୍ପର୍କରେ ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ଆସି ନଦୀରୁ ଶବକୁ ଉଦ୍ଧାର କରିଥିଲେ ।

ଗତ ନଭେମ୍ବର ୬ ତାରିିଖରେ ଆନ୍ଧ୍ରପ୍ରଦେଶର ଜଣେ ଯୁବକ ଏହି ନଦୀରେ ବୁଡ଼ିଯାଇ ପ୍ରାଣ ହରାଇଥିଲେ ।

ସୂଚନାନୁଯାୟୀ, କିଛି ଯୁବକ କୋଟ୍ଟାବଲାଶ ଅଞ୍ଚଳରୁ ରାୟଗଡ଼ାର ମଝିଘରିଆଣିଙ୍କ ଦର୍ଶନ କରିବାକୁ ଆସିଥିଲେ ।

ଏହି ନାଗାବଳୀ ନଦୀ ନିକଟରେ ସେଲ୍ଫି ନେଉଥିବା ବେଳେ ଟି ଗଙ୍ଗା ରାଜୁ ନାମକ ଜଣେ ଯୁବକ ନଦୀକୁ ଖସି ପଡ଼ିଥିଲେ । ସେଠାରେ ଥିବା ଅନ୍ୟ ସାଙ୍ଗମାନେ ଦମକଳ ବାହିନୀକୁ ଖବର କରିବା ପରେ ନଦୀରୁ ଅଚେତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.